ଜାତୀୟ ଯୁବ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ସୋସୋ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ସୋସୋ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଂଘର ସଭାପତି ଶ୍ରୀମନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ମୋହନ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶଙ୍ଖାଳି ଚରଣ ରାଉଳ ପ୍ରମୁଖ ଯୋଗଦେଇ ଗୁରୁ ହେଉଛି ମନ, ସଦାଚାର ଓ ଆତ୍ମବିଶ୍ୱାଷ ହେଉଛି ଧର୍ମ, ନିଜକୁ ଦୁର୍ବଳ ଭାବିବା ପାପ ବୋଲି ସ୍ୱାମୀଜୀଙ୍କ ଏହି ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ରାଉଳ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ସ୍ୱରଚିତ କବିତା ଆବୃତି କରିଥିଲେ । ଏଥିରେ ବିବେକାନନ୍ଦ ଯୁବକ ସଂଘର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ