ମିଳିତ ଚଢାଉରେ ମଦ ଓ ପୋଚ ଜବତ : ଜଣେ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠି ଙ୍କ ନିର୍ଦେଶ ଓ ଅବକାରୀ ନିର୍ଦେକ୍ଷକ ଶ୍ରୀ ବାଳକୃଷ୍ଣ ପରିଡା ଓ ଶ୍ରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୱୋକ୍ଷ ତତ୍ଵାବଧାନ ରେ ଦୁଇଟି ଟିମରେ ବିଭକ୍ତ କରାଯାଇ ଆଗକୁ ମକର ସଂକ୍ରାନ୍ତି କୁ ଦୃଷ୍ଟିରେ ରାଖୀ ଜିଲ୍ଲାର ବିଭିନ୍ନ ଗ୍ରାମ ଯଥା, ସିରିଡା, ଶୁଙ୍କୁଳିପେଟା, ପେଦାମାଡି, ବୁର୍ଶିଂପେଟା , ଗୁମ୍ମା , ଗାଇବା , ବାମାନପଦା, ରାଣ୍ଡିବା , ଲାଉସାହି ,ଅବାରସିଂ, ଡୁମ୍ମ୍ବା ଇତ୍ୟାଦି ଗ୍ରାମରେ କାଶିନଗର ଓ ଆର.ଉଦୟଗିରୀ ଥାନା ପୁଲିସ କର୍ମଚାରିଙ୍କ ମିଳିତ ଚଢାଉରେ ମୋଟୋ ୫୦୦୦ ଲିଟର ଗୁଡ ଓ ମହୁଲ ମିଶ୍ରିତ ପୋଚ, ୧୯୩ ଲିଟର ଦେଶୀ ମହୁଲ ମଦ ବା ରନ୍ଧା ମଦ ସହ ଅନ୍ୟନ ରନ୍ଧା ସାମଗ୍ରୀ ସବୁ ଜବତ କରି ନଷ୍ଟ କରିଥିଲେ । ଏଥିରେ ସମ୍ପୃକ୍ତ ଥିବା ଜେନ ଚୋରା ବେପାରୀ କୁ ଗିରଫ କରି କୋର୍ଟ ଚାଲନ କରିଛନ୍ତି ।


