ଶାରିରୀକ ଶିକ୍ଷା ଶିକ୍ଷକ : ଶିକ୍ଷୟିତ୍ରୀଙ୍କ ବିଦାୟ : ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ସ୍ଥାନୀୟ ହଳଦା ଆମ୍ବ ବଗିଚା ଠାରେ ଶାରିରୀକ ଶିକ୍ଷା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟାକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ଆୟୋଜିତ ସଭାରେ ଗୋରୁମହିଷାଣୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ମହାନ୍ତ ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଖେଳ ଶିକ୍ଷକ ରବୀନ୍ଦ୍ରନାଥ ମିଶ୍ର ସଭାରେ ସଂଯୋଜନା କରିଥିଲେ । ଉକ୍ତ ସଭାରେ ପଞ୍ଚାୟତ ହାଇସ୍କୁଲ, ରାଖାସାହିର କ୍ରୀଡା ଶିକ୍ଷୟିତ୍ରୀ କଳ୍ପନା ମହାପାତ୍ର ବାରିପଦା ସ୍ଥିତ ଏମ.ପି.କେ ବାଳିକା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହେବା ଅବସରରେ ତାଙ୍କୁବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅନୁରୂପ ଭାବେ ନୂତନ ଭାବେ କାର୍ଯ୍ୟ ରେ ଯୋଗ ଦେଇଥିବା କ୍ରୀଡାଶିକ୍ଷକ/ଶିକ୍ଷୟିତ୍ରୀ ଦୀପ୍ତିମୟୀ ମହାନ୍ତ- ବଡମତଳିଆ, ସଂଯୁକ୍ତା ନାୟକ- ରାଖାସାହି, ବଳରାମ ପ୍ରଧାନ- ଗୋରୁମହିଷାଣୀ, ମଦନମୋହନ ମହାନ୍ତ-ତିରିଂ, ସଂଜିତ ରାହୁଳ- ଡମ କାଣ୍ଡଶର ଉଚ୍ଚ ବିଦ୍ୟାଳୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶାରିରୀକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ନିଜ ନିଜର ଅଭିଭାଷଣ ମାଧ୍ୟମରେ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ପୁଷ୍ପଗୁଚ୍ଛ ଉପଢୌକନ ପ୍ରଦାନ କରିଥିଲେ । ବାମନଘାଟି ଶାରିରୀକ ଶିକ୍ଷକ ସଂଘର ସଭାପତି ଉମାକାନ୍ତ ବେହେରା, କୋଷାଧ୍ୟକ୍ଷ କେଶବ ବେହେରା, ସଂପାଦକ ଅଧୀର ନନ୍ଦ ଙ୍କ ସହ ଉକ୍ତ କାର୍ଯ୍ୟାକ୍ରମର ଜଗନ୍ନାଥ ଗରି, ବାଞ୍ଛାନିଧି ଗିରି, କିରତୀ ଚରଣ ଗରି,ଅବନୀ ଭଂଜ, ଅମୀନ ମହାନ୍ତ, ରଞ୍ଜନ ରଶ୍ମି ସାହୁ, ଜଗତଜିତ ମାଝୀ, ଜନ୍ମେଜୟ ମହାନ୍ତ, ଖଗେଶ୍ୱର ମହାନ୍ତ,ଡମ୍ବରୁଧର ମହାନ୍ତ, ହୃଷିକେଶ ମହାନ୍ତ, ଇନ୍ଦିରା ସାହୁ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟାକ୍ରମରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ସୁଗ୍ରୀବ ମହାନ୍ତ, ପ୍ରହ୍ଲାଦ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ଏବଂ ଦଶର ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ