ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ରାଜୀବ ଭବନ ଠାରେ ବ୍ଲକ କଂଗ୍ରେସ ର ଏକ ମିଶ୍ରଣ ପର୍ବ ସଭାପତି ରଜନୀ କାନ୍ତ ଚନ୍ଦ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ ଯୋଗଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ବରିଷ୍ଠ କଂଗ୍ରେସ ନେତା ଗୋଲଖ ଚନ୍ଦ୍ର ବେହେରା, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ସରପଂଚ ମନୋଜ ନାୟକ, ରମେଶ ଭାରତୀ, ଵିନୋଦ ବିହାରୀ ପଲେଇ, ପ୍ରଶାନ୍ତ ଦାସ, ଟୁକୁନା ସାମଲ,ଅନିଲ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ପଞ୍ଚାୟତ ନିର୍ବାଚନ ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ମାଳଦା ପଞ୍ଚାୟତର ଅନ୍ୟ ଦଳ କର୍ମୀ ଅଦ୍ଵୈତ ପରିଡା, ସୂର୍ଯ୍ୟମଣି ରାଉତ, ପ୍ରତାପ କୁମାର ସାହୁ, ପ୍ରକାଶ କୁମାର ବେହେରା, ଯଶୋବନ୍ତ ବେହେରା, କାଳନ୍ଦୀ ଦାସ, ଦୋଳଗୋବିନ୍ଦ ଦାସ, ବଳରାମ ସେଠୀ, ଆଲୋକ କୁମାର ମାଝୀ, ସୁଶାନ୍ତ ମାଝୀ, ମହେଶ୍ୱର ରାଏ, ରାଧାକାନ୍ତ ବେହେରା, ପ୍ରତାପ ଜେନା ପ୍ରମୁଖ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ସେମାନଙ୍କୁ ଜିଲ୍ଲା ସଭାପତି ଶ୍ରୀ ଦାସ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସରପଂଚ ପ୍ରାର୍ଥୀନୀ ଭାବେ ନମିତା ପରିଡା ଓ ସମିତି ସଭ୍ୟା ଭାବେ ମିନାକ୍ଷୀ ପାଣିଗ୍ରାହୀଙ୍କ ନାମ ଘୋଷଣା କରାଯାଇଥିଲା ।


