ଗୁରୁ ନାନକଙ୍କ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା

(ଯୁଗାବ୍ଦ ନ୍ୟୁଜ) : ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ ଓ ଏହି ଦିନକୁ ସମଗ୍ର ଦେଶରେ ପ୍ରକାଶମ ପର୍ବ ରୁପେ ପାଳନ କରାଯାଇଥାଏ । ଆଜି ୫୫୦ତମ ପ୍ରକାଶମ ପର୍ବ ଅବସରରେ ରଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ଦେଶବାସୀଙ୍କୁୁ ଶୁଭେଚ୍ଛା ଜଣାଇଛନ୍ତି । କୋବିନ୍ଦ ଟ୍ୱିଟ କରି କହିଛନ୍ତି , ଗୁରୁ ନାନକ ଜ୍ଞାନଙ୍କ ଜୀବନୀ ଓ ନୀତିରୁ ପ୍ରେମ , ସମାନତା , ବିଶ୍ୱାସ ଓ ଭାତୃତ୍ୱଭାବ ଆଦି ଶିକ୍ଷା ମିଳିଥାଏ । ସେହିପରି ଉପରାଷ୍ଟ୍ରପତି ଟ୍ୱିଟ କରି ମାନବ ସମାଜକୁ ଜ୍ଞାନ ସମ୍ପର୍କରେ ବୁଝିବା ପାଇଁ ଗୁରୁ ନାନକଙ୍କ ବାଣୀ ଆବଶ୍ୟକ ଓ ତାଙ୍କ ଜୀବନକୁ ଅନୁସରକଣ କଲେ ଆମକୁ ସତ୍ୟମାର୍ଗରେ ପରିଚାଳିତ ହେବାକୁ ଦୃଢ ଶକ୍ତି ମିଳିଥିବା କହଛନ୍ତି । ଶ୍ରୀଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ନାନକଙ୍କ ନ୍ୟାୟପୁର୍ଣ୍ଣ , ସମାଜସେବୀ ଏବଂ ଶ୍ରଦ୍ଧାପୁର୍ଣ୍ଣ ସମାଜ ଗଠନର ସ୍ୱପ୍ନକୁ ସାକାର କରିବା ପାଇଁ ଆମକୁ ପ୍ରୟାସ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ