ଚଳଚଞ୍ଚଳ ଶୈବପୀଠ
ମୋହନା,(ଯୁଗାବ୍ଦ ନ୍ୟୁଜ୍): ସୋନପୁର ଜଳେଶ୍ୱର ଶୈବପୀଠ କେଉଁ ଅନାଦି କାଳରୁ ପୂଜା ପାଇଆସୁଛନ୍ତି ।ଏହି ପୀଠକୁ ଦର୍ଶନ କରିବା ନିମନ୍ତେ ବହୁ ଦୁରଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି । ଏହି ଶୈବପୀଠ ଅବସ୍ଥିତ ଦାରିଙ୍ଗିବାଡି ବ୍ଲକ ଠାରୁ ମାତ୍ର ୨୨ କିଲୋମିଟର ଦୁରରେ ଅବସ୍ଥିତ ସୋନପୁର ପଂଚାୟତର ସୋନପୁର ଗ୍ରାମ ଠାରୁ ମାତ୍ର ୨ କିଲୋମିଟର ଦୁର ଜଳେଶ୍ୱର ଶିବ ମନ୍ଦିର ଅବସ୍ଥିତ ।
ଜଳେଶ୍ୱର ଶୈବପୀଠର ଉତ୍ପତି –
କିମ୍ବଦନ୍ତୀ କହେ ସ୍ଥାନୀୟ ଆଦିବାସୀ ଅଧ୍ୟୁଷିତ ଅଂଚଳର ଦୁଇ ଭାଇ ନିଜର କ୍ଷେତରେ ଚାଷ କରୁଥିବା ସମୟରେ ହଠାତ୍ ଲଙ୍ଗଳ ମୁନ ବାଜି କ୍ଷୀର ବୋହିଥିଲା ।ଏହା ପରେ ଦୁଇ ଭାଇ ଗ୍ରାମବାସୀଙ୍କୁ ଜଣାଇଥିଲେ । ସେହି ଦିନ ଠାରୁ ମହାଦେବ ଚାଳଛପର ଘରେ ପୂଜାର୍ଚ୍ଚନା ପାଉଥିଲେ ।
ମନ୍ଦିରର ପୁନରୁଦ୍ଧାର –
ସୋନପୁର ଜଳେଶ୍ୱର ଶୈବପୀଠ ଲୋକଲୋଚନ କୁ ଆସିଥିବା ବେଳେ ଗ୍ରାମବାସୀ ମାନଙ୍କ ସହଯୋଗରେ ୧୯୯୪ ମସିହାରେ ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା । କିମ୍ବଦନ୍ତୀ ରହିଛି ଜଳେଶ୍ୱର ଶୈବପୀଠରେ ଦର୍ଶନ କରି ମାନସିକ ଧାରୀ ଙ୍କ ମନସ୍କାମନା ପୂର୍ଣ୍ଣହୁଏ ବୋଲି ବହୁ ଦୁରଦୁରାନ୍ତରୁ ଆସୁଥିବା ଭକ୍ତ ମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି ।
ଜଳେଶ୍ୱରରେ ଜନଗହଳି –
ଧାରାଶ୍ରାବଣ ମାସରେ କାଉଡିଆ ମାନେ ଶିବଙ୍କ ମଥାରେ ଜଳାଭିଷେକ କରନ୍ତି । ଏହି ପୀଠକୁ କନ୍ଧମାଳ. କୋରାପୁଟ,ଗଂଜାମ ,ଆଦି ଅଂଚଳରୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି ଭଗବାନ ଶିବଙ୍କ ଦର୍ଶନ ନିମନ୍ତେ ।
ଗମନାଗମନ –
ପବିତ୍ର କାର୍ତ୍ତିକ ମାସ ଅବସରରେ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଥିବା ବେଳେ ସୋନପୁର ଜଳେଶ୍ୱର ଶୈବପୀଠ ଗମନା ଗମନ ସୁବିଧା ନଥିବାରୁ ଭକ୍ତ ମାନେ ୩ କିଲୋମିଟର ଦୁରରେ ଗାଡି ରଖି ଭଗବାନଙ୍କ ଦର୍ଶନ କରିବା ନିମନ୍ତେ ଚାଲିଚାଲି ଯାଇଥାନ୍ତି । ଗମନାଗମନ ନିମନ୍ତେ ସରକାର ତରଫରୁ ରାସ୍ତା ଘାଟ ତୁରନ୍ତ ନିର୍ମାଣ କରାଗଲେ ଗ୍ରାମବାସୀ ଓ ଭକ୍ତ ମାନେ ଉପକୃତ ହୋଇପାରିଥାନ୍ତେ ।


