ସଂସଦର ଆର୍ଥିକ ସ୍ଥାୟୀ କମିଟିର ସଦସ୍ୟ ହେଲେ ମନମୋହନ ସିଂହ

ନୂଆଦିଲ୍ଲୀ, (ଯୁଗାବ୍ଦ ନ୍ୟୁଜ) : ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଖ୍ୟାତନାମା ଅର୍ଥନୀତିଜ୍ଞ ଡକ୍ଟର ମନମୋହନ ସିଂହଙ୍କୁ ସଂସଦର ଆର୍ଥିକ ସ୍ଥାୟୀ କମିଟି (ପାର୍ଲିଆମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅନ୍ ଫାଇନାନ୍ସ)ର ସଦସ୍ୟ ଭାବେ ମନୋନୀତ କରାଯାଇଛି । ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ ଡକ୍ଟର ସିଂହଙ୍କୁ ସଂସଦର ଆର୍ଥିକ ସ୍ଥାୟୀ କମିଟିର ସଦସ୍ୟ ଭାବେ ମନୋନୀତ କରିଛନ୍ତି । ପୂର୍ବରୁ ଏହି କମିଟିର ସଦସ୍ୟ ରହିଥିବା କଂଗ୍ରେସ ନେତା ଦିଗ୍ୱିଜୟ ସିଂହଙ୍କୁ ସଂସଦର ନଗର ଉନ୍ନୟନ ବିଭାଗ ସ୍ଥାୟୀ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଥିବାରୁ ତାଙ୍କ ସ୍ଥାନରେ ଡକ୍ଟର ମନମୋହନ ସିଂହଙ୍କୁ ସଂସଦର ଆର୍ଥିକ ସ୍ଥାୟୀ କମିଟିକୁ ମନୋନୀତ କରା ଯାଇଥିବା ରାଜ୍ୟସଭା ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ୧୯୯୧ରୁ ୯୬ ପର୍ଯ୍ୟନ୍ତ ଦେଶର ଅର୍ଥମନ୍ତ୍ରୀ ଥିବା ଡକ୍ଟର ମନମୋହନ ସିଂହ ୨୦୧୪ ସେପ୍ଟେମ୍ବରରୁ ୨୦୧୯ ମେ ମାସ ପର୍ଯ୍ୟନ୍ତଙ୍କୁ ସଂସଦର ଆର୍ଥିକ ସ୍ଥାୟୀ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ