ସାମାଜିକ ଅନୁଷ୍ଠାନ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ, (ଯୁଗାବ୍ଦ ନ୍ୟୁଜ) :କୋଭିଡ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କଲେ କଟକର ଅଗ୍ରଣୀ ସମାଜିକ ସଂଗଠନ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ । ଦେଶ, ରାଜ୍ୟ ସ୍ତରରେ ହୁ ହୁ କି ବଢୁଥିବା କୋଭିଡ ରୋଗୀଙ୍କ ସଂଖ୍ୟା ସଭିଙ୍କୁ ଚିନ୍ତା ଗ୍ରସ୍ତ କରୁଛି । ଏହି ଭଳି ରୋଗୀଙ୍କ ସଂଖ୍ୟା ବଢିଲେ ଲକ ଡାଉନ ଓ ସେଟ ଡାଉନ ହେବାର ଅଧିକ ମାତ୍ରାରେ ସମ୍ଭାବନା ରହୁଛି । ଏହି ସମ୍ଭାବନା ସତ୍ୟରେ ପରିଣତ ନ ହେଉ ବୋଲି ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ ପ୍ଲାକାର୍ଡ ଧରି ମଣିସାହୁ ଛକ, ରାଣୀହାଟ ଛକ, ମଙ୍ଗଳବାଗ ଟ୍ରାଫିକ ଛକରେ ନାଗରିକଙ୍କୁ କୋଭିଡ ସଚେତନତା ବାର୍ତ୍ତା ଦେବା ସହ, ମାସ୍କ ବଣ୍ଟନ କରାଯାଇଛି । ଏହି ସେବା କାର୍ଯ୍ୟକ୍ରମରେ ମଙ୍ଗଳବାଗ ଥାନା ଆଇଆଇସି ଓ ଟ୍ରଷ୍ଟର ଉପଦେଷ୍ଟା ଶ୍ରୀଯୁକ୍ତ ଅମିତା୍ୱ ମହାପାତ୍ର, ମନୋଜ ଦାସ, ପ୍ରଦୀପ ସାହୁ, କ୍ଷୀରୋଧ ସାହୁ, ରାଜା ମହାରଣା ଉପସ୍ଥିତ ଥିବା ବେଳେ ସଭାପତି ଶ୍ରୀମାନ ମନୋଜ ପଣ୍ଡାଙ୍କ ନେତୃତ୍ୱରେ କାର୍ଯ୍ୟଟି ସମ୍ପନ୍ନ ହେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ