ବେଆଇନି ଚିଙ୍ଗୁଡ଼ି ଘେରିକୁ ବିଦ୍ୟୁତ ସଂଯୋଗ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଯେଉଁ ଅଂଚଳରେ ଚିଙ୍ଗୁଡ଼ି ଘେରି କରିବା ଅପରାଧ ସେଠାରେ ଥିବା ଘେରିକୁ ବିଜୁଳି ସଂଯୋଗ ମିଳିଛି। ସାଧାରଣ ଲୋକ ଟିଏ ବିଦ୍ୟୁତ ସଂଯୋଗ ପାଇବାକୁ ଦହଗଞ୍ଜ ହେଉଥିବା ବେଳେ ବେଆଇନି ଚିଙ୍ଗୁଡ଼ି ଘେରି ଶହ କରତ କଳ (କାଠ ମିଲ )କୁ ସହଜରେ ବିଜୁଳି ସଂଯୋଗ ମିଳିଯାଉଛି। ଖବର ମୁତାବକ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ହେବା ଶହ ଜୈବ ବିବିଧତା ଦୃଷ୍ଟିରୁ ଏହି ଅଂଚଳ ଗୁରୁତ୍ୱପୂର୍ଣ୍ଣ । ସରକାରୀ କଟକଣା କୁ ଉଲ୍ଲଘନ ଶହ ସିଆରଜେଡ ଆଇନି ଉଲ୍ଲଘନ କରି ମଧ୍ୟ ଅସ୍ତରଙ୍ଗ ତହସିଲ ଅଧୀନ ଅସ୍ତରଙ୍ଗର ଶିଶୁଅ,ଛୁରୀଆନା, ଝାଡ଼ଲିଙ୍ଗ, ନୂଆଗଡ, ନଗର,ବେଳଙ୍ଗ ଓ ଆଳସାହି ପଂଚାୟତ ଅଂଚଳରେ ଗଢି ଉଠିଛି ଶତାଧିକ ବେଆଇନି ଚିଙ୍ଗୁଡ଼ି ଘେରି। ପ୍ରାୟ ୫୦ପ୍ରତିଶତ ବେଆଇନି ଚିଙ୍ଗୁଡ଼ି ଘେରିକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏଠାରେ ଅନେକ ଚିଙ୍ଗୁଡି ମାଲିକ ମନଇଚ୍ଛା ଘେରି କୁ ବିଦ୍ୟୁତ ସଂଯୋଗ କରିଥିବା ବେଳେ ସୌଭାଗ୍ୟ ଯୋଜନା ରେ ଘେରି କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ପ୍ରତିଦିନ ଅତିକମ୍ ରେ ୫ରୁ ୭ଥର ବିଦ୍ୟୁତ କାଟ କରାଯାଉଛି। ଦୁର୍ବଳ ଭିତ୍ତିଭୂମି ପାଇଁ ତାର ଛିଣ୍ଡିବା ନିତିଦିନିଆ ଘଟଣା । ବିଶେଷ କରି ଗ୍ରୀଷ୍ମ ଦିନରେ ଅନେକ ଥର ବିଦ୍ୟୁତ କାଟ ସମସ୍ୟା କାରଣ । ସ୍ଥାନୀୟ ଅଂଚଳରେ ଶତାଧିକ ଚିଙ୍ଗୁଡ଼ି ଘେରି ଥିବାରୁ ବିଦ୍ୟୁତ ଖର୍ଚ୍ଚ ହେଉଛି। ଯାହା ଚର୍ଚ୍ଚା ହେଉଛି ବିଦ୍ୟୁତ ବିଭାଗର କିଛି କର୍ମଚାରୀ ଚିଙ୍ଗୁଡି ମାଲିକ ଙ୍କ ଠାରୁ ଭିତ୍ତିରି ବୁଝାମଣା କରି ବେଆଇନି ଭାବେ ବିଦ୍ୟୁତ ସଂଯୋଗ ଦେଇଛନ୍ତି। ସରକାର ବିଦ୍ୟୁତ ସଂଚୟ ପାଇଁ ସଚେତନ କରୁଥିବା ବେଳେ ଏଠାରେ ବିଦ୍ୟୁତର ଅପଚୟ କରାଯାଉଛି। ବରଫ ଫ୍ୟାକ୍ଟ୍ରି କିମ୍ବା ଚିଙ୍ଗୁଡ଼ି ଘେରି ଅଥବା ବେଆଇନି ଭାବେ ଗଢି ଉଠିଥିବା କରତ କଳ କୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି। ଯାହା ଫଳରେ ସ୍ଥାନୀୟ ଅଂଚଳରେ ବିଦ୍ୟୁତ ସଙ୍କଟ ଦେଖାଦେଇଛି। ଏ ସମ୍ପର୍କ ରେ ଜଣେ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି ସୌଭାଗ୍ୟ ଯୋଜନା କେବଳ ଘରୋଇ ହିତାଧିକାରୀ ଦେବାକୁ ଉଦିଷ୍ଟ । କର୍ମଚାରୀ ଙ୍କ ମଧ୍ୟରେ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ବିଭିନ୍ନ ଘେରି ପରିଦର୍ଶନ କରି ବିଦ୍ୟୁତ ବିଛିନ୍ନ କରିବେ ବୋଲି ଜଣା ପଡିଛି। ସ୍ଥାନୀୟ ବାସିନ୍ଧା, ପରିବେଶବିତି ଦାବି କରିଛନ୍ତି ବେଆଇନି ଚିଙ୍ଗୁଡି ଘେରି ପରିବେଶ ବିଗୁଡୁଥିବାରୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଶହ ନେଇ ବେଆଇନ ଘେରିକୁ ଉଛେଦ କରିବାକୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ