ବିଳମ୍ବିତ ରାତ୍ରରେ ଚିତ୍ରେଶ୍ୱରୀ ମନ୍ଦିରରୁ ଚୋରି

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ଓ ଅସ୍ତରଙ୍ଗ ଅଂଚଳ ରେ ଥିବା ମନ୍ଦିର ଦୁର୍ବୁତ୍ତ ଙ୍କ ଟାର୍ଗେଟ ରେ। ପ୍ରତିଦିନ କେଉଁଠି ନା କେଉଁଠି ଚୋରି ହେଉଛି। ବିଳମ୍ବିତ ରାତ୍ର ରେ କାକଟପୁର ବ୍ଲକ ଅଧୀନ ଅବଦାନ ପଂଚାୟତ ମହାଶକ୍ତି ଚିତ୍ରେଶ୍ବରୀ ମନ୍ଦିର ରୁ ଦୁର୍ବୁତ୍ତ ତାଲା ଭାଙ୍ଗି ଲୁଟିନେଇଛନ୍ତି। ମନ୍ଦିର ରେ ଥିବା ରୁପା ଅଳଙ୍କାର ସହ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ମା “ପିନ୍ଧିଥିବା ରୁପା ମୁକୁଟ, ହାର ସହ ଅନେକ ସାମଗ୍ରୀ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ କେବଳ ଘଟଣା ସ୍ଥଳ ପହଂଚି ତଦନ୍ତ କରି କାମ ସାରିଦେଉଛନ୍ତି। ସେହିପରି ପୂର୍ବରୁ ଅସ୍ତରଙ୍ଗ ବ୍ଲକ ଅଧୀନ ଖଣ୍ଡାସାହି (ବାଲିସାହି )ଅଂଚଳର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ହେଉ କି ଅସ୍ତରଙ୍ଗ ଥାନା ଠାରୁ ଅଳ୍ପ କିଛି ଦୂରରେ କୁଅଁରପୁର ଶିବ ମନ୍ଦିର, ବରଡ଼ି ମନ୍ଦିର, ଆଙ୍କୁଅ ମନ୍ଦିର ହେଉ ଠାକୁର ଙ୍କ ରୁପା, ସୁନା ମୁକୁଟ ସମେତ ବିଭିନ୍ନ ସାମଗ୍ରୀ ଚୋରି ଘଟଣାର କାକଟପୁର ଥାନା ଓ ଅସ୍ତରଙ୍ଗ ଥାନାରେ ରେ ଅଭିଯୋଗ ହେଉଛି । କିନ୍ତୁ ମାସ ମାସ ବିତିଯାଉଥିଲେ ସୁଦ୍ଧା ପୂର୍ବରୁ ବିଭିନ୍ନ ମନ୍ଦିର ରୁ ଚୋରି କରିଥିବା ଚୋରଙ୍କ ଟେର ପାଉନି ପୁଲିସ। କେବଳ ମାମଲା ରୁଜୁ କରି ଚୁପ ବସିଛି ପୁଲିସ। ସ୍ଥାନୀୟ ଥାନା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଉପଖଣ୍ଡ ଅଧିକାରୀ ବଦଳୁଛନ୍ତି। ଫଳରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ଥିବା ବିଭିନ୍ନ ମନ୍ଦିର ର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାକଟପୁର ଥାନା ଅଧୀନ ଖଣ୍ଡାସାହି (ବାଲିସାହି )ଗ୍ରାମର ରାଧାକୃଷ୍ଣ ମନ୍ଦିର ରୁ କିଛି ଦିନ ତଳେ ଚୋରୀ ହୋଇଥିବା ବେଳେ ଅସ୍ତରଙ୍ଗ ଥାନା ଅଧୀନରେ ଥିବା ବିଭିନ୍ନ ମନ୍ଦିର ରୁ ଚୋରୀ କ୍ରମାଗତ ଜାରୀ ରହିଛି କିନ୍ତୁ ପୁଲିସ ଦୁର୍ବୁତ୍ତ ଙ୍କୁ ଧରିବାରେ ବିଫଳ ହେଉଥିବାରୁ ପୁଲିସ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ବିଳମ୍ବିତ ରାତ୍ରରେ ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ରୁପା ମୁକୁଟ ସହ ରୂପା ପାଉଁଜି, ସୁନା ମଙ୍ଗଳସୂତ୍ର, ନାକଫୁଲ, ରୂପା ହାର, ସୁନା ମୁଦି, ଖଡୁ ଢାଳ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିନେଉଛନ୍ତି।ଯାହାକୁ ନେଇ ସ୍ଥାନୀୟ ଲୋକେ ପୁଲିସ ଉପରେ ଆସ୍ଥା ଓ ଭରସା ରଖି ଅଭିଯୋଗ କରୁଛନ୍ତି କିନ୍ତୁ ଥାନା କର୍ମଚାରୀ ଘଟଣା ସ୍ଥଳ ପରିଦର୍ଶନ କରି ମାମଲା ରୁଜୁ କରି ବସୁଛନ୍ତି, ଦୁର୍ବୁତ୍ତ ଙ୍କ ଟେର ପାଉନାହାନ୍ତି। ଅନେକ ମନ୍ଦିର ରୁ ଚୋରି ଏକ ବର୍ଷ ରୁ ଉର୍ଦ୍ଧ ବିତିବାକୁ ବସିଲାଣି ତଥାପି ଚୋରକୁ ଠାବ କରିବାରେ ସଫଳ ହୋଇନାହିଁ ପୁଲିସ। ଅନେକ ସ୍ଥାନରେ ସାଇଣ୍ଟିଫିକ ଟିମ୍ କେବଳ ଯାଞ୍ଚ କରି ସାରିବା ପରେ ମାମଲା ରୁଜୁ ହୋଇ ତଦନ୍ତ ଫାଇଲି ତଳେ ରହିଯାଉଛି। ଥାନାରେ ଏତଲା ଦେଇ କେବଳ ଚୁପ ବସିବା ଛଡା ଆଉ କିଛି ଉପାୟ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ। ଅନେକ ସ୍ଥାନରେ ଚୋରି ପରେ ପୁଲିସ କର୍ମଚାରୀ ଲୋକ ଦେଖାଣିଆ ରାତିରେ ପୁଲିସ କର୍ମଚାରୀ ମାନେ ମନ୍ଦିର ଜଗିଲେ। ତା ପରେ ନାଁ ଚୋରକୁ ଧରିଲେ ନାଁ ମନ୍ଦିର କୁ ସୁରକ୍ଷା ଦେଲେ । ଅଧିକାରୀ ମାନେ ବଦଳୁଛନ୍ତି, କିନ୍ତୁ ମାମଲା ଗୁଡିକ ଫାଇଲିରେ ରହିଯାଇଛି। ଅସ୍ତରଙ୍ଗ ବ୍ଲକ ଅଂଚଳରେ ସମସ୍ତ ଦେବାଳୟ ଲୋକଙ୍କ ଆସ୍ଥା ଓ ବିଶ୍ୱାସ। ମାତ୍ର ପୁଲିସର ଆନ୍ତରିକତା ଅଭାବରୁ ମନ୍ଦିର ରୁ ଚୋରି ଜିନିଷ ଉଦ୍ଧାର ହେଉନାହିଁ କି ଚୋର ଧରାପଡ଼ୁନାହାନ୍ତି। ସମସ୍ତ ଆଧୁନିକ ଜ୍ଞାନ କୌଶଳ ଥିବା ସତ୍ୱେ ବର୍ଷ ବର୍ଷ ଧରି ଚୋରଙ୍କୁ ଚିହ୍ନଟ କରିପାରୁନି ପୁଲିସ। ଅନ୍ୟ ପକ୍ଷରେ ଥାନାର ଅଧିକାରୀ ମାନେ ବଦଳିଲେ ଫାଇଲି ରେ ଧୂଳି ଲାଗିଯାଉଛି। ସ୍ଥାନୀୟ ଲୋକ ଙ୍କ ଏସପି ଙ୍କ ଉପରେ ଭରସା ରହିଛି, ଯଦି ଅସ୍ତରଙ୍ଗ ଥାନା ଓ କାକଟପୁର ଥାନାର କିଛି ଗାଦି ମଡ଼ା କର୍ମଚାରୀ ଓ ଅଧିକାରିଣୀ ଙ୍କୁ ବଦଳି କରି ନୂତନ ଅଧିକାରୀ ମାନେ ନିଯୁକ୍ତି ହୁଅନ୍ତେ ଚୋରି ଘଟଣାର ଫର୍ଦାଫାଶ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।ଚୋର ବି ଆଗକୁ ଚୋରି କରିବାକୁ ଭୟ କରନ୍ତେ।ଅପେକ୍ଷା କେବେ ଗାଦି ମଡ଼ା କର୍ମଚାରୀ ଥାନାରୁ ବଦଳି ହେବେ ଏହା ସହ ଅନେକ ମନ୍ଦିର ରୁ ଚୋରୀ ମାମଲା ରେ ସମ୍ପୂକ୍ତ ଦୁର୍ବୁତ୍ତ ଧରାହେବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ