ଅଟୋ ଓ ବାଇକ୍ ଧକ୍କାରେ ଜଣେ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଝିଲିକି ନିକଟସ୍ଥ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ଜଣେ ମୃତ ପାଞ୍ଚ ଆହତ । ଅଡ଼ବା ଥାନା ଝିଲିକି ଗ୍ରାମ ନିକଟରେ ବାଇକ ସହ ଅଟୋ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଦମାଦୁଆ ଗ୍ରାମର ଶାନ୍ତିଲତା ନାୟକ । ଅଡବା ଗ୍ରାମର ଦେବାଶିଷ ବେହେରଦଳେଇ ଗୋଟିଏ ବାଇକ୍ ନଂ-ଓ ଡି ୦୭ ଏଯେ ୯୨୮୪ ଯୋଗେ ଆଲିଗଣ୍ଡା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଟୋ ନଂ-ଓଡି ୦୭ ଏସ ୩୩୫୨ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ ଯେଉଁ ଅଟୋ ସହ ଧକ୍କା ହେଲା ସେହି ଅଟୋ ପଛପଟେ ଆଉଗୋଟିଏ ଅଟୋ ନଂ- ଓଡି ୦୭ ଏକ୍ସ ୩୦୬୩ ଆସୁଥିବା ହେତୁ ଭାରସାମ୍ୟ ହରାଇ ଉଭୟ ଅଟୋ ସହ ବାଇକ୍ ମଧ୍ୟ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଶାନ୍ତଲତା ନାୟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଧାର କରି ଅଡବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ଅଭିମନ୍ୟୁ ଆହତମାନଙ୍କୁ ଚିକିତ୍ସା କରିବା ପରେ ୫ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିବା କହିଛନ୍ତି । ଗୁରୁତର ୦୫ ଜଣ ମଧ୍ୟରେ, ଅଡବାର ଦେବାସୀ ବେହେଦଳାଇ, ଆଲି ଗଣ୍ଡାର, ରାହୁଲ ସଭାସୁନ୍ଦୁର ଓ (୦୩) ବାଞ୍ଚା ସଭାପତି, ଚାନ୍ଦିପୁଟର, ଅବେଦନ କରାଡ, କନ୍ଧମାଳ ଜିଲ୍ଲା ମିଝାପଙ୍କା ଗ୍ରାମର ପାଗା ମଲ୍ଲିକ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଅଡ଼ବା ପୋଲିସ ପହଞ୍ଚି କେସ୍ ନଂ- ୯/୨୨ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ କରିବା ସହ ଦୂର୍ଘଟଣାଗ୍ରସ୍ତ ଗାଡ଼ି ଓ ଶବକୁ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି ।


