ଗଣ ଧର୍ଷଣ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ ଵର୍ଷ ସଶ୍ରମ କାରାଦଣ୍ଡ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ଲଙ୍ଗଳଶିଳା ଗ୍ରାମରେ ୧୩/୧୨/୨୦୧୭ ମସିହାରେ ଜନୈକ ବିବାହିତା ମହିଳାଙ୍କୁ ଘରୁ ଡାକି ନେଇ ଗଣ ଧର୍ଷଣ କରିଥିବା କେଶ ନଂ ୩୭ ର ଶୁଣାଣିରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଦୁଇ ଅଭିଯୁକ୍ତଙ୍କୁ ୨୦ ଵର୍ଷ କାରାଦଣ୍ଡ ସହ କୋଡିଏ ହଜାର ଟଙ୍କା ଜୋରିମାନା ରାୟ ପ୍ରଦାନ କରିଛନ୍ତି ।ଅଭିଯୁକ୍ତ ଦୁଇ ଜଣ ହେଲେ ଲଙ୍ଗଳଶିଳା ଗ୍ରାମର ଅଜିତ ଗିରି (୩୫) ଏବଂ ବଳରାମ ନାଏକ(୨୫) ।ଏହି କେଶରେ ପୋଲିସ ତଦନ୍ତ , ୧୫ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାର୍ଶ୍ବିକ ଅବସ୍ଥାକୁ ବିଚାରକୁ ନେଇ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ରାୟ ଶୁଣାଣୀ କରିଛନ୍ତି ।


