ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇଲେ : ୫ ଖଣ୍ଡ ୱାର୍ଡ ବାସିନ୍ଦା
ମୋହନା, (ଅଂଶୁମାନ ପଣ୍ଡା) :-ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗଜପତି ଜିଲ୍ଲା ମୋହନା ପଞ୍ଚାୟତର ପ୍ରାୟ ୫ ଖଣ୍ଡ ୱାର୍ଡ ବାସିନ୍ଦା ନାଁ ଭୋଟର ତାଲିକାରେ ବାଦ ପଡ଼ିଥିବାରୁ ଗୁରୁବାର ଦିନ ୱାର୍ଡ ବାସିନ୍ଦା ନାମାଙ୍କନ କାର୍ଯ୍ୟକୁ ବନ୍ଦ କରି ଦେଇ ଇଲେକ୍ସନ ଅଫିସରକୁ ଭିତରେ ରଖି ପଞ୍ଚାୟର କାର୍ଯ୍ୟଳୟରେ ତାଲା ପକାଇ ସମ୍ମୁଖରେ ଧାରଣାରେ ବସିଥିଲେ । ପଞ୍ଚାୟତର ୧୭ ନାଂମ୍ବର ଧନୁପଙ୍କା ୱାର୍ଡରେ ବାସିନ୍ଦାଙ୍କ ନାମ ସମ୍ପୂର୍ଣ୍ଣ ଭାବେ ଭୋଟର ତାଲିକାରେ ନାମ ବାଦ ପଡିଥିବା ବେଳେ ୧୧ ନମ୍ବର, ୧୨ନମ୍ବର ଓ ୧୩ ନମ୍ବର ଓ ୧୪ ନମ୍ବର ସମେତ ୫ ଖଣ୍ଡ ୱାର୍ଡରେ ବହୁ ଲୋକଙ୍କ ନାମ ତାଲିକାରେ ବାଦ ପଡିଛି । ଏପରିକି ଧନୁପଙ୍କା ଗାଁର ପ୍ରଭାକର ମାଲିକଙ୍କ ଭଉଣୀ ନାମ ଭୋଟର ତାଲିକାରେ ନାଁ ନ ଥିବାରୁ ସରପଂଚ ପ୍ରାର୍ଥୀନି ଭାବେ ନାମାଙ୍କନ ପତ୍ର ଦାଖଲ କରିପାରୁ ନ ଥିବା ଅଭିଯୋଗ କରିଛନ୍ତି । ସେପରି ୧୩ନଂ ୱାର୍ଡ ରେ ଦୁଇ ୱାର୍ଡ ମେମ୍ବର ପାର୍ଥି ଙ୍କ ନାମ ବାଦ ପଡିଛି, ଖାରୀଗୁଡା ୱାର୍ଡ ରେ ମଧିୟ ସେଇ ଭଳି ଘଟଣା ଦୀର୍ଘ ତିନି ଘଣ୍ଟା ତାଲା ପକାଇ ରଖିଥିଲେ I ଇଲେକ୍ସନ ଅଧିକାରୀ ଙ୍କୁ ପରେ ଜିଲ୍ଲା ପ୍ରଶାସନ ନିଦେଶ କ୍ରମେ ମୋହନା ତହସିଲଦାର କିଶୋର ଦାଶ ଓ ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ପ୍ରତିଶ୍ରୁତି ଦେବା ପରେ ତାଲା ଖୁଲିଥିଲେ ଲୋକେ ସେଇପରି କର୍ଚ୍ଚବାଡ଼ି ପଞ୍ଚାୟତ ର ୭ଟି ୱାର୍ଡ ରେ ଅସାଇ ପାର୍ଥି ଙ୍କ ନାମ ଭୋଟ ତାଲିକାରେ ନାମ ନଥିବାରୁ ଅନେକ ୱାର୍ଡ ମେମ୍ବର ପାର୍ଥି ଓ ସମିତିସଭ୍ୟ ପାର୍ଥି ନାମାଙ୍କନ ପତ୍ର ଦାଖଲ କରିପରିଲେ ନାହିଁ ଯାହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲାଯାହାକୁ ନେଇ ଉତେପ୍ତ ୬ଖଣ୍ଡ ଗ୍ରାମ ବାସୀ ପଂଚାୟତ କାର୍ଯ୍ୟାଳୟ ଭିତରେ ଇଲକ୍ସନ ଅଧିକାରୀ ଙ୍କୁ ରଖୀ ବାହାରେ ତାଲା ପକାଇଥିଲେ ଦୁଇ ଘଣ୍ଟା ପରେ ତହସିଲଦାର ଓ ପୋଲିସ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ତାଲା ଖୋଲିଥିଲେ ଲୋକ ଙ୍କ ପ୍ରଶ୍ନ କିଏ ସେମାନଙ୍କ ଭୋଟ ଦବା ଅଧିକାର କୁ ଛୀନ କରିଛନ୍ତି ଏବଂ ତାଲିକା ରୁ ନାମ କାଟିବାକୁ ଅଧିକାର କିଏ ଦେଲା ଉପ ଜିଲ୍ଲାପାଳ ଙ୍କ ନିଦେଶ କ୍ରମେ ଯେଉଁ ୱାର୍ଡ ଗୁଡିକ ର ନାମ କାଟି ଯାଇଛି ସେମାନଙ୍କ ନାମ ଲିଷ୍ଟ କରି ବିଡ଼ିଓ ଙ୍କ ଜରିଆରେ ଦେବା ପାଇଁ ହେଲେ ଗୋଟିଏ ଦିନ ରହିଥିବା ବେଳେ କିପରି ସଂଶଧନ ହେବ ନାମ ଆଉ ଅସାଇ ପାର୍ଥି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ତାକୁ ଏବେ ଅପେକ୍ଷା I


