କଳିଗାଁରେ ୧୦ଟି ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ
ହାଟଡିହି, (ବିକାଶ ବିଶ୍ୱାଳ) :-ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ୧୦ଟି ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ ହୋଇଥିବା ଜଣାଯାଇଛି । ଏହି ପଞ୍ଚାୟତରେ ୧୩ଗୋଟି ୱାର୍ଡ ଥିବାବେଳେ ୪ନମ୍ବର ୱାର୍ଡରେ କେହି ପ୍ରାର୍ଥୀ ନମିଳିବାରୁ ଏଠାରେ କେହି ନାମାଙ୍କନପତ୍ର ଦାଖଲ କରିନଥିବାବେଳେ ୧୦ଟି ୱାର୍ଡରେ କେବଳ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଆଉ ଦୁଇଟି ୱାର୍ଡରେ ଦୁଇ ଦୁଇଜଣ ଲେଖାଏଁ ପ୍ରାର୍ଥୀ ହୋଇଥିବା ଜଣାଯାଇଛି । ଏହି ପଞ୍ଚାୟତର ସରପଞ୍ଚ ପାଇଁ ୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।