ପଞ୍ଚାୟତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଯାଜପୁର ଗସ୍ତ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ବ୍ୟବସ୍ଥା କରିଚ୍ଥନ୍ତି । ସେହି ଅନୁସାରେ ଯାଜପୁର ଜିଲ୍ଲାରେ ନିର୍ବାଚନ ପର୍ଯ୍ୟବେକ୍ଷଣ ପାଇଁ ପର୍ଯ୍ୟବେକ୍ଷକ ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡଃ ପ୍ରତାପ କୁମାର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଚ୍ଥି । ଶୁକ୍ରବାର ପୂର୍ବାହ୍ନରେ ପର୍ଯ୍ୟବେକ୍ଷକ ଡଃ ମିଶ୍ର ଜିଲ୍ଲାରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ନିର୍ବାଚନ ମନୋନୟନ ପତ୍ର ଦାଖଲର ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଡଃ ଶରତ ଚନ୍ଦ୍ର ମହାପାତ୍ରଙ୍କ ପ୍ରକୋଷ୍ଠରେ ପହଞ୍ଚି ମନୋନୟନ ପତ୍ର ଦାଖଲକୁ ପ୍ରତ୍ୟକ୍ଷ୍ୟ କରିଥିଲେ । ଉପଜିଲ୍ଲାପାଳ ଡଃ ମହାପାତ୍ର ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରିବା ସହ ମନୋନୟନ ପତ୍ର ଦାଖଲ ସଂପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଡଃ ମିଶ୍ରଙ୍କୁ ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଗୁଣନିଧି ପରିଡାଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ନିର୍ବାଚନ କମିଶନ ଦାୟିତ୍ୱ ଦେଇଚ୍ଥନ୍ତି ବୋଲି ଉପଜିଲ୍ଲାପାଳ ଡଃ ମହାପାତ୍ର ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ