କର୍ମଚାରୀଙ୍କ ପାଦ ଧୋଇଲେ କମ୍ପାନି ମାଲିକ
ନୂଆଦିଲ୍ଲୀ: ଚୀନର ଏକ କମ୍ପାନିକୁ ଫାଇଦା ମିଳିବାରୁ ଦୁଇ ଅଧିକାରୀ ନିଜ କର୍ମଚାରୀଙ୍କୁ ଏକ ଅଦ୍ଭୁତ ଶୈଳୀରେ ସମ୍ମାନ କରିଛନ୍ତି । ଦୁଇ ଅଧିକାରୀ ସେମାନଙ୍କ କର୍ମଚାରୀଙ୍କୁ ମଞ୍ଚକୁ ଡାକି ସେମାନଙ୍କ ପାଦ ଧୋଇଥିଲେ । କମ୍ପାନିର ପ୍ରେସିଡେଣ୍ଟ ଓ ଜଣେ ମହିଳା ଅଧିକାରୀ ନଭେମ୍ବର ୨ରେ କର୍ମଚାରୀଙ୍କୁ ସେମାନଙ୍କ ଭଲ କାମ ପାଇଁ ଏଭଳି ଭାବେ ସମ୍ମାନିତ କରିଛନ୍ତି । ଚୀନର ଏକ କସ୍ମେଟିକ୍ କମ୍ପାନିକୁ ଚଳିତ ବର୍ଷ ଫାଇଦା ହୋଇଛି । କମ୍ପାନି ଏଥିପାଇଁ ଏକ ପାର୍ଟିର ଆୟୋଜନ କରିଥିଲା । ଯେଉଁଠାରେ କମ୍ପାନି ମାଲିକ ୮ଜଣ କର୍ମଚାରୀଙ୍କ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରିଥିଲେ । ସୋସିଆଲ ମିଡିଆରେ ଏହି ଘଟଣାର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଛି । କମ୍ପାନି ଟପ୍ ସେଲ୍ସ ଷ୍ଟାଫ୍ଙ୍କୁ ମଞ୍ଚକୁ ଡକାଇ ଚୌକିରେ ବସାଇ ସେମାନଙ୍କ ଜୋତା ଓ ମୋଜା ଓହ୍ଲାଇ ପାଦ ଧୋଇଥିଲେ । ଏହି କର୍ମଚାରୀ କମ୍ପାନିର ସାମଗ୍ରୀର ନିଶ୍ଚିତ ହୋଇଥିବା ଲକ୍ଷ୍ୟରୁ ଅଧିକ ବିକ୍ରି କରିଥିଲେ । ଏହା ଦ୍ୱାରା କମ୍ପାନିକୁ ଫାଇଦା ବି ହୋଇଛି । କମ୍ପାନିର ମାଲିକଙ୍କ କହିବାନୁସାରେ, କର୍ମଚାରୀଙ୍କୁ ଆୱାର୍ଡ ଅଫ ଦ ଇୟର ସମସ୍ତ କମ୍ପାନି ଦେଇଥାଆନ୍ତି । କିନ୍ତୁ ଭଲ କାମ କରୁଥିବା କର୍ମଚାରୀଙ୍କ ପ୍ରତି ଆମର ଏଭଳି ପ୍ରୟାସ କର୍ମଚାରୀଙ୍କୁ ଆଗକୁ ସେଭଳି ଭଲ କାମ କରିବାର ପ୍ରେରଣା ଯୋଗାଇବ ।


