ଦିଲ୍ଲୀର ଇଣ୍ଡିଆ ଗେଟରେ ଶତାଧିକ ଅଣ ଓଡ଼ିଆ ଏବଂ ବିଦେଶୀ ଭସାଇଲେ ବୋଇତ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ତଥା ୱେବ ସଂବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରଂପରିକ ରୀତିରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶିତୁଆ ମାଛି ଅନ୍ଧାରରେ ଶତାଧିକ ଓଡ଼ିଆ ଯୋଗଦେଇ ଓଡ଼ିଆ ସ୍ୱାଭିମାନର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ। ଓଡ଼ିଆ ପୁଅ ଝିଅମାନେ ସାଧବ ପୁଅ ଏବଂ ସାଧବ ବୋହୂ ବେଶ ଧାରଣ କରିଥିଲେ। ସାଧବାଣୀମାନେ ବୋଇତ ବନ୍ଦାପନା କରିବା ପରେ ବୋଇତରେ ସାଧବ ପୁଅମାନେ, ବୋଇତରେ ବସି ଯାତ୍ରା କରିଥିଲେ। ପାରଂପରିକ ରୀତିରେ ଏହି ଉତ୍ସବ ଇଣ୍ଡିଆ ଗେଟ୍ ସ୍ଥିତ ବୋଟ କ୍ଲବଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ସମ୍ମାନୀତ ଅତିଥି ଭାବରେ ଏଲବିଆଇଏଚଏମ୍ ହୋଟେଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚ୍ୟୁଟର ପରିଚାଳନା ନିର୍ଦ୍ଦେଶକ ଯୋଗଦେଇଥିଲେ ଏବଂ ଅନେକ ପ୍ରତିଷ୍ଠିତ ସମାଜସେବୀ ମାନେ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିଲେ। ବିଶେଷକରି ସପ୍ତାଦଶତମ ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲାଯେ, ଅଣ ଓଡ଼ିଆଙ୍କ ମହଲରେ ବୋଇତ ବନ୍ଦାଣ ଉତ୍ସବର ବିଶେଷତ୍ତ୍ୱ ଜଣାଇବା। ତେଣୁ ଓଡ଼ିଆ ପୁଅର ପ୍ରୟାସରେ ଶତାଧିକ ଅଣ ଓଡ଼ିଆଙ୍କ ସହ ବିଦେଶୀ ପର‌୍ୟ୍ୟଟକମାନେ ମଧ୍ୟ ବୋଇତ ବନ୍ଦାଣ କରିଥିଲେ। ଏହି ଅବସରରେ ଓଡ଼ିଶାର ସମ୍ବଲପୁରୀ ନୃତ୍ୟ, ହରିଆଣା ନୃତ୍ୟ, ଗୁଜରାତର ଦାଣ୍ଡିଆ, କାଶ୍ମୀର ନୃତ୍ୟ, ଆସାମର ବିହୁ ମହାରାଷ୍ଟ୍ରର କଳାକାରମାନଙ୍କ ଦ୍ୱାରା ପାରମ୍ପରୀକ ଲୋକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ବୋଇତ ବନ୍ଦାଣ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଣ ଓଡ଼ିଆଙ୍କୁ ଓଡ଼ିଶାର ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବର ଗାଥା ଜଣାଇବା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ