୮ ୱାର୍ଡରେ ଆଦୌ ନାମାଙ୍କନ ହୋଇନାହିଁ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଆଗାମୀ ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନ ପାଇଁ ବନ୍ତ ବ୍ଲକରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ହେଲେ ୮ ୱାର୍ଡରେ କେହି ପ୍ରାର୍ଥୀ ନାମାଙ୍କନ କରିନଥିବା ଜଣାଯାଇଛି । ସେଥିମଧ୍ୟରେ ପୁରୁଷଣ୍ଢର ୭ନଂ, ମହାନ୍ତିପଡାର ୧୧ନଂ, ଗୋପିନାଥପୁରର ୫ନଂ, ଛୟାଳସିଂର ୮ନଂ, ଗଣିଜାଙ୍ଗର ୧୨ନଂ, ନିଳୋକର ୧୧ନଂ, ତୋଡଗାଁର ୧୦ନଂ, ରାମପୁରର ୧୩ନଂ ୱାର୍ଡରେ କୌଣସି ପ୍ରାର୍ଥୀ ନାମାଙ୍କନ କରିନଥିବା ବ୍ଲକ ସୂତ୍ରରୁ ଜଣାଯାଇଛି ।


