ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଉଚିତ୍ ସମ୍ମାନ ମିଳୁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଉଚିତ୍ ସମ୍ମାନ ମିଳୁ । ଭାରତୀୟ ଗଣତାନ୍ତ୍ରୀକ ମାନବ ଅଧିକାର ସୁରକ୍ଷା ସଂଘଠନ(ପିଡିଏଚ୍‌ଆର୍‌ଆଇ) ଏହି ଦାବି କରିଛି । ଏନେଇ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଟ୍ୟୁଟ୍ କରାଯାଇଛି । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦେଶର ସ୍ୱାଧୀନତା ପାଇଁ ଜୀବନବ୍ୟାପି ସଂଗ୍ରାମ କରିଥିଲେ । ତାଙ୍କୁ ଯେତେ ସମ୍ମାନ ଦେଲେ ବି କମ୍ ହେବ । ତାଙ୍କ ସମ୍ମାନାର୍ଥେ ଆମ ଦେଶରେ ନୋଟ୍‌ରେ ରହୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଚିତ୍ର । ଏଥି ସହ ନେତାଜୀଙ୍କ ଜୟନ୍ତୀ ଜାନୁଆରୀ ୨୩କୁ ଜାତୀୟ ଛୁଟି ଘୋଷଣା ହେବା, ଷଷ୍ଟରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତି ପାଠ୍ୟକ୍ରମରେ ସାମିଲ କରିବା, ନେତାଜୀଙ୍କ ପାଇଁ ଟ୍ରେନ୍‌ରେ ୪ଟି ବଗିକୁ ଭ୍ରମ୍ୟମାଣ ମ୍ୟୁଜିୟମ କରିବା, କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରାହଳୟର ବାହାର ପାଶ୍ୱର୍କୁ ସୌନ୍ଦର୍ଯ୍ୟ କରିବା, ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ପୁରାତନ କାର୍ଯ୍ୟାଳୟଠାରେ ଥିବା ନେତାଜୀଙ୍କ ପର୍ତିମୂର୍ତିକୁ ଏକ ଭଲ ସ୍ଥାନରେ ରଖିବା ପାଇଁ ଦାବି କରିଛି ସଂଘଠନର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ରାଜ୍ୟ ସମ୍ପାଦକ ସଂଗ୍ରୀତା ପଟ୍ଟନାୟକ, ଐର ଖାରବେଳ, ସବ୍ୟସାଚ୍ଚି ସୁତାର, ରାକେଶ ରାଉତରାୟ, ସରୋଜ ସାହୁ, ପ୍ରତୀକ ଆନନ୍ଦ ଗଦାଧର ଦାସ ପ୍ରମୁଖ ଏହି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ