ବିଜେଡିର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଖଡ଼ିସିଙ୍ଗା ଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟ ଦଳର ୬ଗୋଟି ପରିବାରରୁ ପ୍ରାୟ ୩୦ଜଣ ସଦସ୍ୟ ବିଜେଡି ଦଳରେ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ବିଜେଡି ଉପସଭାପତି ପ୍ରଣୀତକାନ୍ତି ସାମଲ ଗ୍ରାମରେ ପହଁଚି ଦଳରେ ସାମିଲ ହୋଇଥିବା ନୂତନ କର୍ମୀ ମାନଙ୍କୁ ସ୍ୱାଗତ କରିଥିଲେ । ଏହା ସହିତ ଆଗାମୀ ପଂଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ବିଜୟୀ କରିବା ସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ । ମିଶ୍ରଣ ପର୍ବରେ ବିଜେଡି ନେତା ମଦନ ରାଉତ, ଜୟନ୍ତ କୁମାର ସାହୁ, ମହେଶ୍ୱ ର ସାହୁ, ଭୂପତି ମଲ୍ଲିକ, ଦେବେନ୍ଦ୍ର ଦାସ, ଲକ୍ଷ୍ମୀଧର ସାହୁ, ବିଶ୍ୱଜିତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ପାଟୁଳି ଠାରେ ବିଜେଡି ନେତା ନିଳାମ୍ବର ରାଉତଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ରମେଶ ବେହେରା ଓ ବିଷ୍ଣୁମୋହନ ସାହୁ ଅନ୍ୟଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିବା ବେଳେ ବିଜେଡି ନେତା ପ୍ରଣୀତକାନ୍ତି ସାମଲ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ