ଶିମିଳିପାଳ ରୁ ମାଈ ହାତୀର ମୃତଦେହ ଉଦ୍ଧାର

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ରେ ପୁଣି ହାତୀ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ତେବେ ଗୁରୁତ୍ଵପୂର୍ଣ୍ଣ ହେଉଛି କି ହାତୀଟି ଆନ୍ତ୍ରାକ୍ସ ମୃତ୍ୟୁର ଶିକାର ହୋଇଥିବାର ଅନୁମାନ କରିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ। ଶିମିଳିପାଳ ଅଭୟାରଣ୍ୟ ର ପିଠାବଟା ରେଞ୍ଜ ଅନ୍ତର୍ଗତ ନର୍ଥ ଡିଭିଜନର ଚମ୍ପାଗଡ଼ ଜଙ୍ଗଲରେ ଏକ ମାଈ ହାତୀ ମୃତଦେହ ପଡ଼ିଥିବା ଥିବା ଖବର ପାଇ ବନ କର୍ମଚାରୀ ମାନେ ଏବିଷୟରେ ପିଠାବଟା ରେଞ୍ଜ କାର୍ଯ୍ୟାଳୟକୁ ଜଣାଇଥିଲେ। ମାଈ ହାତୀ ମୃତଦେହ ଉଦ୍ଧାର ହେବା ଖବର ପାଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦେଶକ ଏମ. ଯୋଗୋଜୟାନନ୍ଦ, ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା, ପିଠାବଟା ରେଞ୍ଜ ଅଧିକାରୀ ଓ ଶିମିଳିପାଳର ୱାଇଲ୍ଡ ଲାଇଫ୍ ଡାକ୍ତର ଙ୍କ ଏକ ଟିମ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ମୃତ ହାତୀଟି ମାଈ ହାତୀ ହୋଇଥିବା ବେଳେ ତା’ର ଆନୁମାନିକ ବୟସ ୧୫ରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ତେବେ ଶିମିଳିପାଳ କର୍ତ୍ତୃପକ୍ଷ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରିଛି ଯେ ହାତୀଟିର ଆନ୍ତ୍ରାକ୍ସ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ।ହାତୀଟିର ମୃତ୍ୟର ସଠିକ କାରଣ ଜାଣିବା ପାଇଁ ତା’ର ରକ୍ତ ନମୁନା ଡେରାଡୁନକୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ପଠାଯାଇଛି। ସେଠାରୁ ଏହାର ରିପୋର୍ଟ ଆସିଲେ ହାତୀ ମୃତ୍ୟ ର କାରଣ ସ୍ପଷ୍ଟ ଜଣାପଡିବ ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍ ଯୋଗେଜୟାନନ୍ଦ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ