ଓଡ଼ିଶା ମିଶନଶକ୍ତି ବିପିଏମ ଜଳନ୍ଦର ମହାରଣା ସମ୍ମାନିତ
ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ବ୍ଳକର ଓଡିଶା ମିଶନ ଶକ୍ତିର ବିପିଏମ ଜଳନ୍ଦର ମହାରଣାଙ୍କୁ ଉତ୍ସର୍ଗୀତ କାର୍ଯ୍ୟପାଇଁ ଜିଲ୍ଲାପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି । ସାଧରଣତନ୍ତ୍ର ଦିବସରେ ଛତ୍ରପୁର ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ସମାରୋହରେ, ରାଜ୍ୟ ସରକାରଙ୍କ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଂଜାମ ବ୍ଲକର ଓଏଲଏମ ବିପିଏମ ମହାରଣାଙ୍କୁ ଗଂଜାମ ରେ ମହିଳା ମାନଙ୍କୁ ସ୍ୱଭାଲମ୍ବି କରିବା, ମହିଳା ଗୃପ ଗଠନ କରି ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବାରେ ଉତ୍ସର୍ଗୀକୁତ କାର୍ଯ୍ୟ ଦକ୍ଷତା ପାଇଁ ସମ୍ମାନିତ କରିଥିଲେ। ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଅତିଥି ଭାବେ ଯୋଗ ଦେଇଥିଲେ । ବିପିଏମ ମହାରଣାଙ୍କୁ ଏହି ସମ୍ମାନ ମିଳିଥିବାରୁ ଗଞ୍ଜାମ ବିଡ଼ିଓ ବିଶ୍ୱଜିତ ରାୟ,ସମସ୍ତ ମହିଳା ସଙ୍ଘ, କର୍ମଚାରୀ , ସାମ୍ବାଦିକ, ଓ ଶୁଭେଛୁ ଅଭିନନ୍ଦନ ଜଣାଇଛନ୍ତି ।


