କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ପୂଜା

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱର ଓ ରାଧାକୃଷ୍ଣ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶାସଙ୍ଗ ଶିଖରେଶ୍ୱର କ୍ଲବ ପକ୍ଷରୁ ମହା ଆଡମ୍ବର ସହକାରେ କାର୍ତ୍ତିକେଶ୍ୱର ପୂଜା ଆୟୋଜନ କରାଯାଇଛି । ମଙ୍ଗଳବାର ଭୋର ୩ଟାବେଳେ ରାଜେନ୍ଦ୍ର ବେହେରା, ବିକାଶ ବିଶ୍ୱାଳ, ନନ୍ଦନ ସାମନ୍ତରାୟ, ସରୋଜ କୁଅଁର,ଚନ୍ଦନ ସାମନ୍ତରାୟ, ଆଲୋକ ଭୂୟାଁ, ସତ୍ୟବ୍ରତ ପାଢ଼ୀ ପ୍ରମୁଖ ବାଲିଆ ପୋଖରୀରୁ ଘଟ୍ଟୋତ୍ତାଳନ କରିବାପରେ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବାଇଧର ପାଢ଼ୀ ବେଦମନ୍ତ୍ରରେ ପୂଜାର୍ଚ୍ଚନା କରିଥିବାବେଳେ ନିର୍ମଳ ବିଶ୍ୱାଳ, ବାରିଜ ସ୍ୱାଇଁ, ସତ୍ୟବ୍ରତ ସେଠୀ, ସୌରଭ ପରିଡା, ଚନ୍ଦନ ବେହେରା, ଅଭିଶେକ ସ୍ୱାଇଁ, ସତ୍ୟବ୍ରତ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପ୍ରତି ସନ୍ଧ୍ୟାରେ ଭଜନ କିର୍ତ୍ତନ ଚାଲୁ ରହିଥିବାବେଳେ ସମଗ୍ର ଅଞ୍ଚଳଟିକୁ ଆଲୋକମାଳର ସୁସଜ୍ଜିତ କରାଯାଇଛି । ସେହିପରି ଶିବନାରାୟଣପୁର ଗ୍ରାମରେ ଗ୍ରାମ୍ୟ ଯୁବକ ସଂଘ ପକ୍ଷରୁ ରାଧାକୃଷ୍ଣ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଛି । ଶିଳ୍ପୀ ଅଭିମନ୍ୟୁ ପାତ୍ରଙ୍କ ଦ୍ୱାରା ନିର୍ମିତ ରାଧାକୃଷ୍ଣଙ୍କ  ମୁର୍ତ୍ତୀକୁ ସମସ୍ତ ରିତୀନୀତି ପୂଜା ର୍ଚ୍ଚନା କରାଯାଉଛି । ପଣ୍ଡିତ ବିଦ୍ୟାଧର ପଣ୍ଡାଙ୍କ ଦ୍ୱାରା ସମସ୍ତ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିବାବେଳେ ଆଶିଷ କୁମାର ଡଙ୍କ, ଦେବବ୍ରତ ସାହୁ, ରାଜେନ୍ଦ୍ର ସାହୁ, ଦିପୁନୁ ପଣ୍ଡା, ପ୍ରତାପ ସାହୁ, ଅଭିନ୍ନ ପାତ୍ର, ଲିପୁନୁ ପଣ୍ଡା, ସୁବଳ ସାହୁ, ଜନ୍ମେଜୟ ପଣ୍ଡା, ଚିନ୍ତାମଣୀ ପରିଡା, ରଞ୍ଜନ ପରିଡା, ଚିନ୍ତାମଣି ପରିଡା, ରଞ୍ଜନ ପରିଡା, ଶଙ୍କର୍ଷଣ ସେଠୀ, ଅଜିତ ରାଉତ, ଦିଲ୍ଲିପ କୁମାର ସାହୁ, ଗୋପବନ୍ଧୁ ବାରିକ, ପ୍ରଦୀପ କୁମାର ସାହୁ, ଦେବଦତ୍ତ ସାହୁ, ଅବିନାଶ ସେଠୀ, ଦୁସ୍ମନ୍ତ ଘଡେଇ, ତପନ ସାହୁ, ଜଜାତି ଲେଙ୍କା, ରାକେଶ ସାହୁ, ଅକ୍ଷୟ ସାହୁ, ନବଘନ ବେହେରା, ଆକାଶ ଜେନା, ରାଜ କିଶୋର ଜେନା, ଅଜୟ ପାତ୍ର, ମହେଶ୍ୱର ମହାନ୍ତି, ବାବୁ ଦାସ ପ୍ରମୁଖ କ୍ଲବ ସଦସ୍ୟମାନେ ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ କିର୍ତ୍ତନ କରାଯିବା ସହ ୧୫ତାରିଖ ଦିନ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ