ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲା ଏଜେନ୍ସି
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍): ବାପା’ ମା ପୁଅ ଜନ୍ମ କଲାପରେ କେତେ କଣ ସ୍ୱପ୍ନ ଦେଖିଥାନ୍ତି, ପୁଅ ଭଲ ମଣିଷ ହୋଇ ବୃଦ୍ଧ ସମୟରେ ପୁଅର ସେବାଯତ୍ନ ପାଇବେ । କିନ୍ତୁ ଏହାର ବ୍ୟତିକ୍ରମ ଦେଖାଦେଇଛି ହାଟଡିହି ବ୍ଳକ ସଢ଼ା ପଞ୍ଚାୟତର ନାହା ଗ୍ରାମରେ । ଗ୍ରାମର ହାଡିବନ୍ଧୁ ଜେନା ଫାଇଲେରିଆ ରୋଗରେ ପିଡିତ ହୋଇ ଦୀର୍ଘ ଦୁଇମାସ ହେବ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସୁଛି ।ତାଙ୍କ ଗୋଡର ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତିକରୁଥିଲା । କିଛିବର୍ଷ ପୁାର୍ବ ତାଙ୍କ ପତ୍ନୀ ଆରପାରିକୁ ଚାଲି ଯାଇଥିବାବେଳେ ଏକମାତ୍ର ପୁଅ ବଳରାମ ଜେନା ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଜଣେ ଝିଅକୁ ଭଲପାଇ ବିବାହ କରି ଶ୍ୱଶୁର ଘରେ ରହୁଥିବା କହିଛନ୍ତି ହାଡିବନ୍ଧୁ ଜେନା । ବାପାଙ୍କର ଏହି ଦୁର୍ଦ୍ଦିନ ସମୟରେ ପୁଅକୁ ଜଣାଇଥିଲେ ମଧ୍ୟ ସେ ଆସିନଥିବାବେଳେ ଐଶ୍ୱର୍ଯ୍ୟା ନାମକ ଜଣେ ଯୁବତୀ ସହଯୋଗର ହାତ ବଢ଼ାଇଛି । ନିଜର ସ୍ୱେଛାସେବୀ ସଂଗଠନ ନଆସିବାବେଳେ ଐଶ୍ୱର୍ଯ୍ୟା ଫାଉଣ୍ଡେସନ ହେଭଲପମେଣ୍ଟ ଏଜେନସି ମାଧ୍ୟମରେ ଅଧିକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନସ ଯୋଗେ କଟକ ବଡଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଥିବା ଜଣାଯାଇଛି । ଐଶ୍ୱର୍ଯ୍ୟା ଫାଉଣ୍ଡେସନର ଏପରି ମହତକାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ସ୍ୱାଗତ କରାଯାଇଛି ।