ଅବକାରୀ ବିଭାଗର ମିଳିତ ଚଢାଉ : ୨ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗାରବନ୍ଧ ଥାନା ଅନ୍ତର୍ଗତ ବଡବୁରୁଝଲି ଓ ବଡହଂସା ଗ୍ରାମାଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ବ୍ୟାପକ ପରିମାଣର ମହୁଲ ପୋଚ ଓ ଚୋରା ଦେଶୀ ରନ୍ଧାମଦ ଜବତ କରାଯାଇଥିବାର ଜଣାପଡିଛି । ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ ମଧ୍ୟ କରାଯଯାଇଛି । ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଉଲ୍ଲେଖିତ ଗ୍ରାମାଞ୍ଚଳରେ ଅତର୍କିତ ଭାବେ ମିଳିତ ଚଢାଉ କରାଯାଇଥିଲା । ଏହି ଚଢଉ ବେଳେ ୧୨୬୦ଲିଟର ମହୁଲ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଚୋରା ଦେଶୀ ରନ୍ଧାମଦ ଏବଂ ୨୫ ଲିଟର ଖଜୁରିତାଡି ଜବତ କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ୨ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାର ଅବକାରୀ ଅଧିକ୍ଷକ ଏସ୍.କେ. ସେଠୀ ସୂଚନା ପ୍ରଦାନ କରିଛନ୍ତି ।


