ଆଇଏଚ୍‌ଆର୍‌ସିସି ନିର୍ଦ୍ଦେଶକ ଭାବେ ମନୋନୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ସ୍ଥାନୀୟ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରେ (ସିୟୁଟିଏମ୍‌)ଅଧ୍ୟୟନ କରିଥିବା ଆଦିତ୍ୟ ଚୌଧୁରୀ ଆନ୍ତର୍ଜାତୀୟ ମାନବାଧିକାର ଓ ଅପରାଧ ନିୟନ୍ତ୍ରଣ ପରିଷଦର ଓଡିିଶା ରାଜ୍ୟ ଆଇଏଚ୍‌ଆର୍‌ସିସି ନିର୍ଦ୍ଦେଶକ ଭାବେ ମନୋନୀତ ହୋଇଥିବାର ଜଣାପଡିଛି । ସେ ଏହି ପଦବୀରେ ମନୋନୀତ ହେବା ପରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଆଗାମୀ ପଦକ୍ଷେପ ଗୁଡିକ ଉପରେ ଆଲୋଚନା କରିଛନ୍ତି । ଆଦିତ୍ୟ ହେଉଛନ୍ତି ଇଂ.ଏନ୍‌.ଦିଲ୍ଲୀପ କୁମାର ଚୌଧୁରୀ ଓ ରଞ୍ଜିତା ଚୌଧୁରୀଙ୍କ ପୁତ୍ର । ସେ ପାରଳାଖେମୁଣ୍ଡି ସହରରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ସ୍ଥାନୀୟ ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପାସ୍ କରିବା ପରେ ଭୁବନେଶ୍ୱରର ବିର୍ଲା ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟରୁ ମାର୍କେଟିଂ ଏବଂ ଫାଇନାନ୍ସରେ ଏମ୍‌ବିଏ ସମାପନ କରିଥିଲେ । ଏଥି ପୂର୍ବରୁ ଆଦିତ୍ୟ ୨୦୧୯ରେ ଆସୋଚାମ୍ ସଦସ୍ୟ, ୨୦୨୦ରେ ଏଫସିସିଆଇ ସଦସ୍ୟ ଥିଲେ । ମାନବାଧିକାର ଉଲଂଘନ ନିୟନ୍ତ୍ରଣ ପାଇଁ ସେ କାମ କରିବେ ବୋଲି ପ୍ରକାଶ କରିଛନ୍ତି । ତାଙ୍କ ସଫଳତାରେ ପାରଳାଖେମୁଣ୍ଡି ବାସୀଙ୍କ ସମେତ ଜିଲ୍ଲାର ବିଭିନ୍ନ ମହଲ ତରଫରୁ ଅଭିନନ୍ଦନର ଶୁଅ ଛୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ