ଜିଲ୍ଲାପରିଷଦ ଓ ବ୍ଲକ ଦଖଲ ଲକ୍ଷ୍ୟରେ ବିଜେପି : ବିଜେଡି ବହୁ ପଛରେ କଂଗ୍ରେସ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜରେ ହେବ ମହା ଲଢେଇ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଅଧିକ ଚର୍ଚ୍ଚା ରହିଥିଲା l ଆଉ ଚଳିତ ନିର୍ବାଚନରେ ମଧ୍ୟ ଚର୍ଚ୍ଚାରେ ରହିଛି ମୟୁରଭଞ୍ଜ ଜିଲ୍ଲା l ଜିଲ୍ଲାରେ କେବଳ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି ଳ ଏହି ନିର୍ବାଚନ ରେ ବିଜେପି ତାର ପୂର୍ବ ସଫଳତାକୁ ଦୋହରାଇବାକୁ ଆଶା ବାନ୍ଧିଥିବାବେଳେ ବିଜେଡି ପୁଣିଥରେ ଗଡ ଦଖଲ ଅଭିଯାନ ଆରମ୍ଭ କରିଦେଇଛି ଳ ଏଥିରେ ଜାତୀୟ ଦଳ କଂଗ୍ରେସ ଓ ଜେ.ଏମ.ଏମ ପଞ୍ଚାୟତ ଲଢେଇ ବହୁ ପଛରେ ରହିଛନ୍ତି l ତେବେ ମୟୁରଭଞ୍ଜରେ ହେବାକୁ ଥିବା ମହା ଲଢେଇରେ ଜନତା କାହାକୁ ସମର୍ଥନ କରିବେ ତାହା ଜାଣିବା ପାଇଁ ଉତ୍କଣ୍ଠା ବଢିଛି l କିନ୍ତୁ ୨୦୧୭ ନିର୍ବାଚନରେ ମୟୁରଭଞ୍ଜ ଯେଉଁ ଫଳା ଫଳ ଦେଖିଥିଲା ସେଥରେ ବଡ ଧରଣର ବ୍ୟତିକ୍ରମ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି l ଆଉ ଏହା ପଛର କାରଣ ହେଲା ମୟୁରଭଞ୍ଜ ପାଇଁ ବିଜେଡି କରିଥିବା ସ୍ୱତନ୍ତ୍ର ରଣନୀତି l ରାଜ୍ୟର ସର୍ବବୃହତ ତଥା ଆଦିବାସୀ ଅଞ୍ଚଳ ଜିଲ୍ଲା ମୟୁରଭଞ୍ଜରେ ୫୬ଟି ଜିଲ୍ଲା ପରିଷଦ ଜୋନ ଓ ୯ଟି ନିର୍ବାଚନମଣ୍ଡଳୀ ରହିଛି ସେଠି ମଧ୍ୟରୁ ୭ଟି ନିର୍ବାଚନ ମଣ୍ଡଳୀ ମୟୁରଭଞ୍ଜ ଲୋକସଭା ଆସନରେ ରହିଥିବାବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ କରଞ୍ଜିଆ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ଲୋକସଭା ଅଧୀନରେ ରହିଛି l ତେବେ ଦୀର୍ଘଦିନ ଧରି ବିଜେଡି ମୟୁରଭଞ୍ଜକୁ ନିଜର ସୁରକ୍ଷିତ ଗଡ ଭାବେ ଗଢ଼ିଥିବାବେଳେ ୨୦୧୭ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏହି ଗଡ଼ରେ ଗେରୁଆ ବାନା ଉଡ଼ାଇବାରେ ସଫଳ ହୋଇଥିଲା l ବିଜେଡି ର ଅତ୍ୟଧିକ ଆତ୍ମବିଶ୍ଵାସ ଓ ଅସନ୍ତୋଷ ପାଇଁ ବିଜେପି ଏଠାରେ ସେଭଳି କଠିନ ପରିଶ୍ରମ ନ କରି ମଧ୍ୟ ଆଶାଠାରୁ ଅଧିକ ସଫଳତା ପାଇଥିଲା l ୨୦୧୨ରେ ଏକାକି ସଂଖ୍ୟା ଗରିଷ୍ଠତା ଜିଲ୍ଲାପରିଷଦ ଆସନ ହାତେଇଥିବା ବିଜେଡି ୨୦୧୭ ନିର୍ବାଚନ ଆସନରେ ଏକ ଅଙ୍କ ଆସନରେ ସୀମିତ ରହିଥିଲା l ଆଉ ଏହିଠାରୁ ମୟୁରଭଞ୍ଜର ଆରମ୍ଭ ହୋଇଥିଲା ବିଜେଡିର ପତନ l ୨୦୧୭ରେ ଯେଉଁ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ୨୦୧୯ ନିର୍ବାଚନରେ ମଧ୍ୟ ସେହି ସମାନ ଟ୍ରେଣ୍ଡ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଥିଲା, ୨୦୧୯ ସାଧାରଣ ନିର୍ବାଚନ ୬ଟି ବିଧାନ ସଭା ଆସନରେ ବିଜେପି ବିଜୟ ବାନା ଉଡ଼ାଇ ଥିବାବେଳେ ଲୋକସଭା ଆସନକୁ ମଧ୍ୟ ନିଜ ପଟରେ ଯୋଡିଥିଲା ପଦ୍ମ ଦଳ l କେବେଳ ତିନୋଟି ଆସନରେ ବିଜେଡି ଜିତି ତାର ଅସ୍ତିତ୍ବ ରକ୍ଷା କରିବାରେ ସକ୍ଷମ ହୋଇଥିଲା l ହେବିୱେଟ ନେତା ଅରୁଣ ସାହୁ ଜିଲ୍ଲାର ଦାୟିତ୍ୱ ନେଇଥିଲେ ମଧ୍ୟ ଦଳକୁ ସେଭଳି ସଫଳତା ମିଳିନଥିଲା l ଆଉ ଏହା ପରେ ମୟୁରଭଞ୍ଜରେ ବିଜେଡିର ମଙ୍ଗ ଧରିଥିଲେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ l ଆଉ ଏହାପରେ ବିଭିନ୍ନ କାର୍ଯ୍ୟ କ୍ରମ ଜରିଆରେ ଦଳର ସଙ୍ଗଠନକୁ ମଜବୁତ କରିବା ସହ ମୟୁରଭଞ୍ଜ ଫୋକସରେ ରହିଥିବା ନେଇ ଦଳରେ ବାର୍ତ୍ତା ଦିଆ ଯାଇଥିଲା l ଆଉ ଏହି ଫର୍ମୁଲା ହିଁ ମୟୁରଭଞ୍ଜରେ ବିଜେଡ଼ିକୁ ଶକ୍ତିଶାଳୀ କରିଥିବା ଚର୍ଚ୍ଚା ହେଉଛି l ଏହା ଛଡ଼ା ଅନ୍ୟଦଳର ନେତାଙ୍କୁ ନିଜ ଦଳରେ ସାମିଲ କରି ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି ଏହାର ପ୍ରମାଣ ଆଗାମୀ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି l ଅନ୍ୟପଟେ ୨୦୧୭ରେ ବିଜେପି ଏକାକୀ ୪୯ଟି ଜିଲ୍ଲାପରିଷଦ ଆସନ ହଟେଇ ବିଜେଡି ଗଡ଼ରେ ଧସେଇ ପଶିଥିଲା l ଆଉ ଏଥିପାଇଁ ବିଜେପିକୁ ସେମିତି ପରିଶ୍ରମ କରିବାକୁ ପଡିନଥିଲା l ବିଜେଡିରେ ଥିବା ଅନ୍ତ କନ୍ଦଳ ବିଜେପି ପାଇଁ ବେଶ କାମ ଦେଇଥିଲା ଏଥିପାଇଁ ବିଜେଡି ଶିବିର ଛାରଖାର ହୋଇଥିଲା l ଆଉ ଏହି ଧାରା ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିଥିଲା l ୨୦୧୯ରେ ମଧ୍ୟ ବିଜେଡିକୁ ୨୦୧୭ ଭଳି ସମଦଶା ଭୋଗିବାକୁ ପଡିଥିଲା l ବିଜେପି ସପକ୍ଷରେ ଥିବା ହାୱା ମୟୁରଭଞ୍ଜରେ ମାତ୍ରାଧିକ ଭାବେ ବହିବାକୁ ଲାଗିଥିଲା l ଭୋଟର ବିଜେପି କୁ ଭରଷା କରିଥିଲେ ଆଉ ଦଳ ସାଂସଦ ପାଦ ସହ ୬ଟି ବିଧାନ ସଭା ଆସନ ହାତେଇଥିଲା l ଏପରିକି ମୟୁରଭଞ୍ଜ ବାସୀଙ୍କୁ ଉପହାର ସ୍ୱରୂପ କେନ୍ଦ୍ର ମନ୍ତ୍ରୀ ପଦ ଭେଟିଦେଇଥିଲେ ବିଜେପି ସରକାର କିନ୍ତୁ ୨୦୨୨ ପଂଚାୟତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀଙ୍କ ଆବଭାବ ହିଁ ବିଜେପି କୁ ବ୍ୟାକ ଫିଲ୍ଡକୁ ଠେଲିଦେବା ବୋଲି କୁହାଯାଉଛି l କାରଣ ଜିଲ୍ଲାରେ ବିଜେପିର ନେତୃତ୍ୱ ନେଉଥିବା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମାଡତତ୍ୱ ଦଳ ପାଇଁ ଏବେ କାଳ ସାଜିଛି l ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ ପାଇଁ ବିବାଦରେ ରହିଆସିଥିବା ମନ୍ତ୍ରୀ ନିକଟରେ ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ ମାରି ଜଣଙ୍କ ହାତ ଭାଙ୍ଗିଦେବା ଘଟଣା ଏବେ ଦଳ ପାଇଁ ଅଡ଼ୁଆକୁ ଟାଣିଛି ଏବେ କେନ୍ଦ୍ର ମନ୍ତ୍ରୀ ନିଜ ଗିରଫଦାରୀ କୁ ଏଡାଇବା ପାଇଁ ହାଇକୋର୍ଟ ରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ଏଭଳି ବ୍ୟବହାରକୁ ବିଭିନ୍ନ କ୍ଷେତ୍ରରେ ନିନ୍ଦା କରାଯାଇଛି ଏହା ସହ ନିର୍ବାଚନ ନେଇ ଦଳର ଭୋଟବ୍ୟାଙ୍କ ପ୍ରଭାବିତ ହେବ ବୋଲି କୁହାଯାଉଛି l ଯାହା ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ସବୁଠୁ ବଡ କଥା ହେଲା ବିଜେପି ର ସ୍ଥାନୀୟ ନେତା ମାନେ ମଧ୍ୟ ମନ୍ତ୍ରୀଙ୍କ ମାଡତତ୍ଵକୁ ବେଶ ନିନ୍ଦା କରିଛନ୍ତି l ଅନ୍ୟପକ୍ଷରେ କଂଗ୍ରସ ଓ ଯେ.ଏମ.ଏମ ମୟୁଭଞ୍ଜ ନିର୍ବାଚନରେ ସମ୍ପୂର୍ଣ ରୂପେ ପ୍ରଭାବ ଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଛି l ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିବ ବିଜେଡି ଓ ବିଜେପି ଟକ୍କର l କିନ୍ତୁ ଫଳା ଫଳ ୨୦୧୭ ଭଳି ହେବନି ବୋଲି କୁହାଯାଉଛି l ପୁରୁଣା ଫଳାଫଳ କିପରି ନ ଦୋହରିବ ସେଇଥିପାଇଁ ପ୍ରସ୍ତୁତ ହୋଇ ସାରିଛି ବିଜେଡି କିନ୍ତୁ ଜିଲ୍ଲା ସାରା ଗୋଷ୍ଠି ବିବାଦ ଦାଣ୍ଡରେ ପଡି ହାଟରେ ଗଡୁଛି କିଛି ସ୍ଥାନରେ ନୂତନ ଭାବେ ଦଳରେ ଯୋଗ ଦେଇଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ପୁରାତନ ବରିଷ୍ଠ ଙ୍କୁ ଖୋଜା ପଡୁନାହିଁ l ନୂତନ ଓ ପୁରାତନ ନେତା ଙ୍କ ମଧ୍ୟରେ ତାଳମେଳ ଅଭାବ ଓ ବରିଷ୍ଠ ପୁରାତନ ସଂଗଠକ ଙ୍କୁ ଅଣଦେଖା ମଧ୍ୟ ବିଜେଡି ପାଇଁ ବୁମେରାଂ ହେଇପାରେ ବୋଳି ଚର୍ଚ୍ଚା ଆଲୋଚନା ହେଉଛି l ଏପରିକି କେନ୍ଦୁଝର ଲୋକସଭା ରେ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଆସୁଥିଲେ ମଧ୍ୟ ସାଂସଦ ଙ୍କୁ ବର୍ତମାନ ପର୍ଯ୍ୟନ୍ତ ପ୍ରଚାର ମଇଦାନ ରେ ଦେଖିବାକୁ ମିଳିନାହିଁ l କିଭଳି ସମସ୍ତଙ୍କୁ ଏକତ୍ରିତ କରି ନିର୍ବାଚନ କୁ ଶ୍ରୀ ପ୍ରଣବ ପ୍ରକାଶ ଦାସ ଆଗକୁ ପରିଚାଳନା କରିବେ ସମସ୍ତେ ତାକୁ ନଜର ରେ ରଖିଛନ୍ତି l ତେବେ ଯାହାବି ହେଉ ମୟୁରଭଞ୍ଜ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଦୁଇ ଦଳ ବିଜେଡି ଓ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ଜିଲ୍ଲାର ସମସ୍ତ ବ୍ଲକ ରେ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି ଏବେ ସମସ୍ତଙ୍କ ନଜର ନିର୍ବାଚନୀ ଫଳାଫଳ ଉପରେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ