ପୋଲିସର ସଚେତନାତ୍ମକ ଫ୍ଲାଗମାର୍ଚ୍ଚ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକଅଧିନସ୍ଥ ରେ ପଞ୍ଚାୟତ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଓ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି l ଗାଁ ରାଜନୀତି ସରଗରମ ହେବା ସହ ପଂଚାୟତ ନିର୍ବାଚନ ରେ ସମ୍ଭାବ୍ୟ ବିଶୃଙ୍ଖଳା ପ୍ରତି କଡ଼ା ନଜର ରଖିଛି ପୋଲିସ୍ । ଅସାମାଜିକ କାର୍ଯ୍ୟକଳାପ କୁ ଦମନ କରିବା ସହ ଅପରାଧ ଓ ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛି ପୋଲିସ । ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି.କେ ଦଳାଇ, ଆସିକା ଏସ ଡି ପି ଓ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱ ରେ ବୁଧବାର ସାନଖେମୁଣ୍ଡିର ଆଡପଡ଼ା, କୈଠବେଢା, ପଥରପୁଞ୍ଜି, ଡେଙ୍ଗାଡି, କଉଡିଆ, କଙ୍କୋରଡ଼ା ଅଞ୍ଚଳ ରେ ପାଟପୁର ଓ ହିଞ୍ଜିଳି ପୋଲିସ ଫ୍ଲାଗମାର୍ଚ୍ଚ ସହ ନିର୍ବାଚନ ସମ୍ପର୍କରେ ଡ଼ାକବାଜି ଯନ୍ତ୍ର ଯୋଗେ ସଚେତନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ