ଦୁର୍ଘଟଣା ରୋକିବ ମୋବାଇଲ ଆପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଦୁର୍ଘଟଣା ରୋକିବ ମୋବାଇଲ ଆପ । ଜଣାପଡିବ ଦୁର୍ଘଟଣାର କାରଣ । ଯାହାକୁ ଆଧାର କରି ରାସ୍ତା ନିରାପତ୍ତା ନିମନ୍ତେ ନିଆଯାଇପାରିବ ପଦକ୍ଷେପ । ଏସଂକ୍ରାନ୍ତରେ ଏକ ଆପ ପ୍ରସ୍ତୁତ କରିଛି ଜାତୀୟ ସୂଚନା ଓ ପ୍ରଯୁକ୍ତି କେନ୍ଦ୍ର, NIC । ଗଜପତି ଜିଲ୍ଲା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଏସ୍ପି ଜୟରାମ ଶତପଥୀ ଏହାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା NIC କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଆପର କାର୍ଯ୍ୟକାରିତା ଉପରେ ଏକ ସଂକ୍ଷିପ୍ତ ଧାରଣା ଦିଆଯାଇଥିଲା । ଏଥିରେ ରାଜ୍ୟ ପରିବହନ ବିଭାଗରେ କର୍ମଚାରୀ ତଥ ପୋଲିସ କର୍ମଚାରୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧି ଉପସ୍ଥିତ ରହି ଏହି ଆପ ସମ୍ପର୍କରେ ଆଲୋଚନା କରିଥିଲେ । ସଡକ ସୁରକ୍ଷା ନିମନ୍ତେ ମୂଖ୍ୟତଃ ପୋଲିସ, ରାଜ୍ୟ ତଥା, ଜାତୀୟ ପରିବହନ ଓ ସ୍ବାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବ ଏହି ଆପ । ଆପ ମାଧ୍ୟମରେ ଦୁର୍ଘଟଣାର ସ୍ଥାନ ଓ ବିଭିନ୍ନ ଦିଗ ଉପରେ ତଥ୍ୟ ଉପଲବ୍ଧ ହୋଇପାରିବ ଯାହା ପରବର୍ତ୍ତୀ ସମୟରେ ଦୁର୍ଘଟଣା ରୋକିବା ଦିଗରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଇଛି ବୋଲି କହିଛନ୍ତି ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଭାଗର ଅଧିକାରୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ