ବି ଜେ ଡି ର ନେତୃତ୍ୱ କୁ ନେତା କର୍ମୀ ମାନୁନାହାନ୍ତି : ବିଜେଡି ଦଳ ମଧ୍ୟରେ କଡା ମୁକାବିଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ପ୍ରମୁଖ ତିନୋଟି ଦଳ ମଧ୍ୟରେ କଡା ମୁକାବିଲା ହେଉଥିବା ଦେଖିବାକୁ ମିଳୁଛି।ବିଜେଡି ର ନେତୃତ୍ବ ନେଇଥବା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ସାନଖେମୁଣ୍ଡି ବ୍ଲକ୍ ଅଧକ୍ଷ ପଦ ଏବଂ ଚାରୋଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ କର ବା ମର ସ୍ଥିତି ରେ ଯେନତେନ ପ୍ରକାରେ ହାତେଇବା ପାଇଁ ପ୍ରୟାସ ।ପ୍ରଚାର ପାଇଁ ଜିଲ୍ଲା ସଭାପତି ,ଆସିକା ସାଂସଦ ପ୍ରମିଳା ବିଷୋୟୀ ମଧ୍ୟ ପ୍ରଚାରରେ ସାମିଲ ହୋଇଛନ୍ତି । ହେଲେ ଦଳ ମଧ୍ୟରେ ଏକତା ,ସହିଷ୍ଟୁତା ପରିଲକ୍ଷିତ ହେଉନାହିଁ । ଦଳ ଭିତରେ ମତାନ୍ତର ମନାନ୍ତର , ଗୋଷ୍ଠି କନ୍ଦଳ ବାଟରେ ପଡ଼ି ହାଟରେ ବିକିବା ଭଳି ଦେଖିବାକୁ ମିଳିଛି। ଦଳର ନେତୃତ୍ବ କୁ କେହି ମାନୁନହନ୍ତି। ସାନଖେମୁଣ୍ଡି ବ୍ଲକ୍ ୨୬ ଟି ପଞ୍ଚାୟତ ରେ ଦଳରେ ବିଜେଡି ବନାମ ବିଜେଡି ମଧ୍ୟରେ କଡା ମୁକାବିଲା ହେଉଥିବା ଦେଖିବାକୁ ମିଳିଛି । ଦଳରେ ନେତା କର୍ମୀ ମଧ୍ୟରେ ଏକତା ର ଅଭାବ। ଘଇତା ମରୁ ପଛେ ସଉତୁଣୀ ରାଣ୍ଡ୍ ହେଉ ନ୍ୟାୟ ରେ ଗୋଡ ଝିକା ଝିକି ହେଉଥିବା ଶୁଣିବାକୁ ମିଳିଛି। ଆହୁରି ଆଶ୍ଚ ଯ୍ୟ ର କଥା ସାନଖେମୁଣ୍ଡି ବ୍ଲକର କିଛି ହାତ ଗଣତି ନେତା କର୍ମୀ ଙ୍କୁ ଛାଡିଦେଲେ ଆଉ କିଏ ବିଜେଡି କିଏ କଂଗ୍ରେସ ଦଳର ଜଣା ପଡିନଥିବା ଚର୍ଚ୍ଚା ହେଉଛି। କେତେବେଳେ କଂଗ୍ରେସ ଶିବିରରେ ତ ଆଉ କେତେବେଳେ ବିଜେଡି ଶିବିରରେ ସେହିମାନଙ୍କୁ ଦେଖିବାକୁ ମିଳୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏ ଭଳି ସ୍ଥିତି ରେଦଳ କୁ କ୍ଷତି ପହଞ୍ଚାଇବା ସୁନିସ୍ତିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସାନଖେମୁଣ୍ଡି ବ୍ଲକ୍ ରେ ବିଜେଡ଼ି ଦଳ ନେତା କର୍ମୀ ଅଛନ୍ତି କିନ୍ତୁ ଭୋଟ ବକ୍ସ ରୁ ବାହରୁଣି। ଏବେ ଦଳ ପାଇଁ କର ବା ମର ସ୍ଥିତି ଦେଖିବାକୁ ମିଳିଛି । ଏବେ କଂଗ୍ରେସ ଶିବିରରେ ଉଛାହ ପରିଲକ୍ଷିତ ଦେଖିବାକୁ ମିଳିଛି। ବିଜେଡି ବିଜେଡି ମଧ୍ୟରେ କଡାମୁକାବିଲା କଂଗ୍ରେସକୁ ସୁହାଇବ।ବାଦବିବାଦ ରେ ଯିଏ ଜିତିଲା ଆମର ନ୍ୟାୟ ରେ କଂଗ୍ରେସ ସ୍ଥିତି କୁ ସୁଦୃଢ କରୁଛି ବୋଲି ସାଧାରଣରେ ପ୍ରକାଶ ପାଇଛି । ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି ।ଜନସାଧାରଣ ବର୍ତ୍ତମାନ ଭୋକୁଆ ନାହାନ୍ତି । ଠିକ୍ ସମୟରେ ଜବାବ ଦେବେ । ଗଣତନ୍ତ୍ର ରେ ଯେଉ ଅଧିକାର ଅଛି ତାହା ଆଗାମୀ ଭୋଟ ବକ୍ସ ରେ ଜବାବ ଦେବେ ବୋଲି ସାଧାରଣରେଚର୍ଚ୍ଚା ହେଉଛି। ବିଜେପି କୁ ଛାଡିଦେଲେ ଏ ବେ ଗୋଟି ଚାଳନା ରେ ଉଭୟ ଦଳ କଂଗ୍ରେସ ବି ଜେଡି ମଧ୍ୟରେ ବ୍ଲକ୍ ଅଧକ୍ଷ ଏବଂ ଜିଲ୍ଲାପରିଷଦ ହାତେଇବା ପାଇଁ ପ୍ରୟାସ ଜାରିରହିଛି । ଗ୍ରାମ ପଞ୍ଚାୟତ ରେ ବିଜେଡି ଦଳ ସମର୍ଥିତ ଜଣଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ତିନି ତିନି ଜଣ ନିର୍ବାଚନ ରଣାଙ୍ଗନ ଅବଟିର୍ଣ୍ ହୋଇଛନ୍ତି । ଜିତିବା ପାଇଁ ପ୍ରାର୍ଥୀଙ୍କ ଭୋଟର ଖୋଜା ଚାଲିଛି।ପ୍ରଭସି ଓଡ଼ିଆ ଙ୍କୁ ଆଣିବା କୁ ଅନ୍ୟ ରାଜ୍ୟକୁ ନେତା କର୍ମୀ ଯାଇଥିବା ଜଣାପଡ଼ିଛି । ଏରେଣ୍ଡ୍ରା, ଖଳୀଙ୍ଗି,ଦେଙ୍ଗାଡ଼ି ,ପୁଡ଼ାମାରି, କୌ ଡିଆ, ପଞ୍ଚାୟତ ମାନଙ୍କରେ କର ବା ମର ପରିସ୍ଥିତି । ଅନ୍ୟପଟେ ବିଜେପି ନିରାଶ ଜଣକ ସ୍ଥିତି ରହିଛି।ବିଜୟ କୁମାର ସ୍ବାଇଁ ସାନଖେମୁଣ୍ଡି ରୁ ଦୁଇ ଦୁଇ ଥର ବିଧାୟକ ଭାବେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟ ପରେ ସେ ବର୍ତ୍ତମାନ ଦୂରେଇ ଯାଇ ଛନ୍ତି।ଏବେ ବିଜେପିର ନେତୃତ୍ବ କୁ ନେଇ ମୁହାମୁହିଁ । ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗଦାଧର ସ୍ୱାଇଁ ଏବଂ ପ୍ରଦୀପ ପାତ୍ରି ଙ୍କ ମଧ୍ୟରେ ନେତୃତ୍ଵ ବିବାଦ । ୟାରି ଭିତରେ ଜନସାଧାରଣ ଉପରେ ବର୍ତ୍ତମାନ ନଜର ସମସ୍ତଙ୍କ ର ଶାସଦଳର ଗୋଟି ଚାଳନା ବନାମ ସ୍ଥାନୀୟ ବିଧାୟକ ଙ୍କ ସମ୍ମାନ ଭୋଟର ଭୋରୋଷା ।


