ମାନବିକତା ଭୁଲିଗଲେ ସମର୍ଥକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି । ଗୁରୁବାର ଗୁମ୍ମା ସାପ୍ତାହିକ ହାଟ ହେଉଥିବା ବେଳେ ଏହାର ସୁଯୋଗରେ ମାନବିକତା ହରାଇ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତା ଉପରେ ନିର୍ବାଚନ ଗାଡ଼ି ଅଟକାଇ ନାଚଗୀତ ଚାଲିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ମୁଖ ରାସ୍ତାରେ ଟ୍ରାଫିକ ସମସ୍ୟା ପୋଡ଼ିବାରେ ଲାଗିଛି ।ସୂଚନା ଅନୁସାରେ ଗୁମ୍ମା ହାଟ ହେଉଛି ଜିଲ୍ଲା ମଧ୍ୟରୁ ଏକ ଜଣାଶୁଣା ହାଟ ଏଠାରେ ବେପାର ବଣିଜ ପାଇଁ ଗୁରୁବାର ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ ନିର୍ବାଚନ ପ୍ରଚାର ଦକ୍ଷତା ବି ଏଠାରେ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇଥାଏ । ଏହାର ସୁଯୋଗ ନେଇ ଆଜି ବିଭିନ୍ନ ଦଳର ସମର୍ଥକଙ୍କ ସହିତ ଏକାଟି କରି ଭଳିକି ଭଳି ନିର୍ବାଚନ ଗୀତ ଲଗାଇ ଗାଡ଼ି ଉପରେ ପ୍ରାର୍ଥୀଙ୍କ ପ୍ରଚାର ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରାର୍ଥୀମାନେ ଭୁଲିଯାଇ ଥିଲେ ଯେ ମୁଖ୍ୟ ରାସ୍ତା ଉପରେ ଗାଡ଼ି ରଖି ନାଚଗୀତ କରିବା ଦ୍ଵାରା ସାଧାରଣ ଲୋକଙ୍କ ଯାତାୟତରେ କେତେ ସମସ୍ୟା ସୃଷ୍ଟି କରିବ । ଏହି ରାସ୍ତା ସେରଙ୍ଗ ଠାରୁ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ବେଉଥିବା ବେଳେ ଏହି ରାସ୍ତା ଦେଇ ସରକାରୀ ବେସରକାରୀ,ମାଲ ପରିବହନ ଗାଡ଼ି ଚଳାଚଳ କରିଥାଏ । ଏନେଇ ପୋଲିସ ପାଖରେ ଖବର ଥିଲେ ବି ଏଠାରେ ପୋଲିସର ଅନୁପସ୍ଥିତ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ସେହିପରି ପୋଲିସ ପ୍ରଚାର ଲାଗିଥିବା ବେଳେ ହେଲମେଟ ଓ ମାସ୍କ ଚେକିଂରେ ବେସ୍ତ ଥିବା ଜଣାପଡ଼ୁଛି ।


