୩ ଓ ୪ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ୦୩ ଓ ୦୪ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଛି । ବିଜେଡ଼ି,ବିଜେପି, କଂଗ୍ରେସ ଓ ସ୍ୱାଧୀନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ଗୁମ୍ମା ସାପ୍ତାହିକ ହାଡ଼ ଭାବେ ଜଣାଶୁଣା ଏଠାକୁ ଆଖପାଖ ଗ୍ରାମଅଞ୍ଚଳର ଶତାଧିକ ଲୋକେ ଏଠାକୁ ଆସିଥାନ୍ତି । ତେଣୁ ଏହାକୁ ନଜରରେ ରଖି ୦୩ ଓ ୦୪ନଂ ଜୋନର ବିଜେଡ଼ିର ପ୍ରାର୍ଥୀ ସନ୍ଧ୍ୟା ଶବର ଓ ଗ୍ଲେଡି ଗମାଙ୍ଗ,କଂଗ୍ରେସର ରେଣୁକା ପାତ୍ର,ବିଜେପିର ବାସନ୍ତୀ ଶବର,ମୋହିନୀ ମହାନ୍ତି ଓ ସ୍ୱାଧୀନ ଦଳର ଜୟନ୍ତୀ ଲିମା ନିଜ ନିଜ ଦଳର ସମର୍ଥକ ଓ ଦଳର ବିରିଷ୍ଟ କର୍ମୀଙ୍କ ସହ ପ୍ରଚାରପ୍ରସାର କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଗ୍ଲେଡି ଗମାଙ୍ଗ ତାଙ୍କ ସମର୍ଥକ ବିମଳ ଦଳାଇ,ନାଥନ କାର୍ଜି,କୋନେଶ୍ୱ ଗୌଉଡ଼, ସନ୍ତୋଷ କୁମାର,ପ୍ରୀତମ ପାଳ, ଦାନିଏଲ ଲିମା, ନିରୋଜ ଷଡ଼ଙ୍ଗୀ, ସାମୁଏଲ ପରିଚା, ଦେବେନ୍ଦ୍ର ଗୌଉଡ଼ଙ୍କ ସହ ପ୍ରଚାର କରିଥିଲେ । ଏହାପରେ କଂଗ୍ରେସ ପ୍ରାର୍ଥୀ ରେଣୁକା ପାତ୍ର, କୃଷ୍ଣଚନ୍ଦ୍ର ପାତ୍ର ଲଳିତ ମୋହନ ଦଣ୍ଡେସେନା, ମୋଣ୍ଟୁ ପାଣି, ରୁସୁମା ରଇତ ଓ ଅମର ପାତ୍ରଙ୍କ ସହ ପ୍ରଚାର କରିଥିଲେ । ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ବିଶୋଇ,ବୁଲୁପାଣି, ମଧୁ ପାଇକଙ୍କ ସହ ପ୍ରଚାର କରିଥିଲେ ।ସେହିପରି ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ କୁମାର ଲିମା, ବୟାଜ ପେବ୍ରତା, ନାତିନିଆଲ କାର୍ଜିଙ୍କ ପ୍ରଚାର କରିଥିଲେ । ପ୍ରଚାର ସମୟରେ କଂଗ୍ରେସ ଓ ବିଜେଡ଼ି ମୁହାଁମୁହିଁ ହୋଇଥିଲେ । ଏହି ମାରାଥନ ପ୍ରଚାର ପ୍ରଥମେ ଗୁମ୍ମା ଖ୍ରୀଷ୍ଟିଆନ ସାହି ଠାରୁ ଦଳୀୟ କର୍ମୀ ଓ ସଂଗଠକ ମାନେ ନିଜ ନିଜର ଦଳକୁ ନେଇ ସାପ୍ତାହିକ ହାଟରେ ଜୋରଦାର ପ୍ରଚାରପ୍ରସାର କରିଥିବା ଦେଖିବାକୁ ମିଳିଥିଲା ।


