ଶ୍ରୀରାଧା ରାହାସବିହାରୀ ମନ୍ଦିର ପ୍ରତିଷ୍ଠା

ବାଲେଶ୍ୱର, (ସରୋଜ ପଣ୍ଡା) :-ମିତ୍ରପୁରର ଚଣ୍ଡିପୁର ଗ୍ରାମ ଗୋସ୍ୱାମୀ ବଂଶର କୂଳଦେବତା ଶ୍ରୀଶ୍ରୀ ରାଧା ରାହସବିହାରୀ ଜୀଉଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତଷ୍ଠା ଉତ୍ସବ । ଗୁରୁବାର ଘଟ ଉତ୍ତୋଳନ, ସୂର୍ଯ୍ୟ ପୂଜା, ଗୁରୁପୂଜା ସହ ଯଜ୍ଞ ଶୁଭାରମ୍ଭ ହୋଇଥିଲା । ଶୁକ୍ରବାର ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଘଣ୍ଟ ଘଣ୍ଟା ଓ ଭଜନ କୀର୍ତ୍ତନ ସାଙ୍ଗକୁ ବ୍ରାହହ୍ମଣର ବେଦମନ୍ତ୍ରରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକମୟ ହୋଇ ଉଠିଥିଲା । ପ୍ରତି ସଂଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା । ଶନିବାର ମହାଯଜ୍ଞ ପୂର୍ଣ୍ଣାହୁତି ହୋଇଥିବା ବେଳେ ରବିବାର ଅଷ୍ଟମ ପ୍ରହରୀ ଅନୁଷ୍ଠିତ ହେବ ବୋଲି ଦେବଗୋସ୍ୱାମୀ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରାୟ ୭ଶହବର୍ଷ ପୂର୍ବରୁ ପଶ୍ଚିମବଙ୍ଗ ଗୋପୀବହ୍ଲବପୁରରୁ ଗୋସ୍ୱାମୀ ପରିବାର ଏଠାକୁ ଆସିବା ବେଳେ ଭଗବାନ ଶ୍ରୀରାଧା ରାହାସବିହାରୀଙ୍କ ମୂର୍ତ୍ତିକୁ ସଙ୍ଗରେ ନେଇ ଆସିଥିଲେ । ତାଙ୍କୁ ଏଠାରେ ମନ୍ଦିର ସ୍ଥାପନ ସହ ପୂଜାର୍ଚ୍ଚନା କରୁଥିଲେ । ତେବେ କାଳକ୍ରମେ ନଷ୍ଟ ହୋଇ ଯାଇଥିବା ମନ୍ଦିରର ଏବେ ପୁନରୁଦ୍ଧାର କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ