ପ୍ରାବନ୍ଧିକ ପ୍ରଣମ୍ୟ ମହାପୁରୁଷଙ୍କ ୧୫୭ ତମ ଜୟନ୍ତୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଉତ୍କଳ ହିତେଇଶିନୀ ସମାଜ ପାରଳାଖେମୁଣ୍ଡି ଆନୁକୁଲ୍ୟରେ ନିଡ଼ାମ୍ବର ସହକାରରେ ଏପାରଳା ମାଟିର ବରପୁତ୍ର ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୭ତମ ଜୟନ୍ତୀ ପାଳିତ ହୋଇସାରିଛି । କୋଭିଡ କଟକାନ କୁ କଡ଼ାକଡ଼ି ପାଳନ ସହ ଏହି କାର୍ଯ୍ୟକ୍ରମକୁ ସଫଳ କରାଯାଇଥିଲା । ବହୁମୁଖୀ ପ୍ରତିଭାଧର ରାଜଗୁରୁ ମହାଶୟ ଓଡ଼ିଆ ସାରସ୍ଵତ ସାଧନା ଏବଂ ଦୃଷ୍ଟି ଓ ସୃଷିରେ କାଳଜୟୀ ହୋଇରିଥିବେ । ତାଙ୍କର ସାରସ୍ଵତ ସୃଷ୍ଟି ସଂକଳନ ପ୍ରବନ୍ଧାବଳୀ ଏବଂ ଅନ୍ୟାନ୍ୟ ସୃଜନ ସମ୍ପର୍କରେ ଉପସ୍ଥିତ ବକ୍ତା ମାନେ ମତରଖିଥିଲେ। ମୁଖ୍ୟ ଅତିଥି ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ପୂର୍ଣ୍ଣ ଚନ୍ଦ୍ର ରଥ,ସମ୍ମାନିତ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଏବଂ ଅନ୍ୟାତମ ଅତିଥି ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ଲେଖକଙ୍କ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ । ପ୍ରରମ୍ଭରେ ବନ୍ଦେଉତ୍କଳ ଜନନୀ ଗାନପରେ ପାରଳାର ବିଶିଷ୍ଟ ସଂଗୀତଜ୍ଞ ତଥା ଆୟୁର୍ବେଦଶାସ୍ତ୍ରଦିବଂଗତ ବଇଦ ପଣ୍ଡିତ ଗୋଷ୍ଟ ଚନ୍ଦ୍ର ପାତ୍ରଙ୍କୁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସମସ୍ତ ସଭାକୁ ଶିକ୍ଷାବିତ୍ ଲିଙ୍ଗରାଜ ଦାଶ ସଭାପତିତ୍ବ କରିଥିଲେ।ଶେଷରେ ଭାଗବତ ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମହେନ୍ଦ୍ରଗିରି ପୌର ଉଚ୍ଚ ବିଦ୍ୟାଲୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ନିଜ ବିଦ୍ୟାଳୟ ପରିସରରେ ସ୍ଥାପିତ ପ୍ରାବନ୍ଧିକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ