ରେଳ ଲାଇନରେ କଟି ଯୁବକ ମୃତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ହରିଦାସପୁର – ପାରାଦୀପ ରେଳ ଲାଇନରେ କଟିଯାଇ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ସଦର ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହି ରେଳପଥର କଜଳା ନିକଟସ୍ଥ ରେଳ ଲାଇନ ଉପରେ ଶନିବାର ସକାଳେ ଜଣେ ଯୁବକଙ୍କ ମୃତ ଶରୀର ପଡିଥିବା ସ୍ଥାନୀୟ ଲୋକେ ଦେଖି ସଦର ଥାନା ପୋଲିସକୁ ଖବର ଦେଇଥିଲେ । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଜି.ଆର.ପି. ପୋଲିସକୁ ଏସମ୍ପର୍କରେ ଖବର ଦେଇଥିଲା । ଖବରପାଇ ଜି.ଆର.ପି. ପୋଲିସ ସେଠାରେ ପହଞ୍ଚି ମୃତ ଯୁବକର ଶବକୁ ଜବତ କରି ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର କେଶବ ବେହେରାଙ୍କ ପୁଅ ମକରା ଓରଫ ହରିଶଚନ୍ଦ୍ର ବେହେରା(୨୧) । ଶୁକ୍ରବାର ରାତିରେ ମକରା ସେଠାକୁ ଯାଇ କୈାଣସି କାରଣ ବଶତଃ ସେହି ରେଳପଥରେ ରେଳ ଯାଉଥିବା ବେଳେ ରେଳଗାଡି ସମ୍ମୁଖକୁ ଚାଲିଯିବାରୁ ଏଭଳି ଦୂର୍ଘଟଣା ଘଟିଥାଇ ପାରେ ବୋଲି ଜି.ଆର.ପି. ପୋଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ