ବାରହା ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସ୍ପଶର୍ଷରେ ଆସି ଯୁବକ ମୃତ୍ୟୁ
ବେଗୁନିଆପଡା,(ଯୁଗାବ୍ଦ ନ୍ୟୁଜ୍) : ବେଗୁନିଆପଡ଼ା ବ୍ଳକ କେ ବରିଡ଼ା ପଞ୍ଚାୟତ ପିହାଣିଆ ରେ ବୁଧବାର ଏକ ଅଘଟଣ ଘଟିଛି । ବାରହା ଫସଲ ନଷ୍ଟ କରୁଥିବାରୁ ଫସଲ ସୁୁରକ୍ଷା ନିମନ୍ତେ ଚାଷୀ ମାନେ ବିଦ୍ୟୁତ ତାର ବିଛାଇଥିଲେ । ବିଦ୍ୟୁତତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ ପିହାଣିଆ ଗ୍ରାମର ଧୋବା ସିଥା ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁ ପରେ ତରବରିଆ ଭାବେ ଶଶ୍ମାନକୁ ନେଇ ସତ୍କାର କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ପଞ୍ଚନାମା ନିମନ୍ତେ ମେଡିକାଲକୁ ପଠାଇଛି ।


