ନିର୍ବାଚନ ପ୍ରଚାରରେ ଫିଲ୍ମ ଅଭିନେତ୍ରୀ ରିୟା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଞ୍ଚାୟତରେ ଆସନ୍ତା ୧୮ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ଏବେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଶେଷ ପର୍ଯ୍ୟାୟ ପ୍ରଚାରକୁ ଜୋରଦାର କରିଥିବା ବେଳେ ବଡ ବଡ ନେତାଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଓ ଯାତ୍ରା ଅଭିନେତା ଅଭିନେତ୍ରୀ ମାନେ ଏଥିରେ ଯୋଗଦେଇ ପ୍ରଚାରକୁ ଆହୁରି ସରଗରମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନେରଡ଼ା ପଞ୍ଚାୟତ ଠାରେ ଫିଲ୍ମ ଅଭିନେତ୍ରୀ ରିୟା ଦେ ଏକ ବାଇକ ରାଲି ରୋଡ଼ ସୋ ରେ ଯୋଗଦେଇ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ବଦ୍ରିନାରାୟଣ ରାଉତ, ସରପଞ୍ଚ ପ୍ରାର୍ଥୀନୀ ଦେବଦାସୀ ଜେନା ଓ ସମିତିସଭ୍ୟ ପ୍ରାର୍ଥୀ ରାଜ କିଶୋର ଜେନାଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ପଞ୍ଚାୟତର ଟିକରା ଠାରୁ ଆରମ୍ଭ କରି ଆଖୁଆପଦା, ଡାହାଲା, ମିଟୁଆଣି, ବେଲପୋଖରୀ, ନେରଡ଼ା, ଯଶୋଟିକିରି କୁ ଅଭିନେତ୍ରୀ  ରିୟା ରୋଡ଼ ସୋ ରେ ଯାଇ ପ୍ରାର୍ଥୀ ମାନଙ୍କ ପାଇଁ ଭୋଟ ନିବେଦନ କରିଛନ୍ତି। ଏଥିରେ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିରଞ୍ଚି ନାରାୟଣ ରାଉତ, ବରିଷ୍ଠ ବିଜେଡି ନେତା ଶରତ ଚନ୍ଦ୍ର ଜେନା, ବସନ୍ତ ବେହେରା, ସୌମ୍ୟ ରଞ୍ଜନ ଜେନା, ଦିଲ୍ଲୀପ ପୃଷ୍ଟି, ମୁକ୍ତିକାନ୍ତ ମହାନ୍ତି, ସୁବ୍ରତ ବେହେରାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ