ବୁଥ ଜବରଦଖଲ ଆଶଙ୍କା କଲେ ଜିଲ୍ଲାପରିଷଦ

ହାଟଡିହି, (ବିକାଶ ବିଶ୍ୱାଳ ) :-ଆସନ୍ତା ୨୦ତାରିଖରେ ହେବାକୁଥିବା ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ହଦଗଡ, କେ ବାଲିପାଳ ପଞ୍ଚାୟତର କିଛି ନିଦ୍ଦିଷ୍ଟ ବୁଥକୁ ଜବରଦଖଲ କରିବା ପାଇଁ ମସୁଧା ଚାଲିଥିବା ନେଇ ଜିଲ୍ଲାପରିଷଦ ପ୍ରାର୍ଥୀ ବିବେକାନନ୍ଦ ରାଉତ, ହଦଗଡ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥିୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ଗମନାଗମନର ଅସୁବିଧା, ଭୌଗଳିକ ଦୃଷ୍ଟିକୋଣରୁ ହଦଗଡ ପଞ୍ଚାୟତର ୫, ୬ ଓ ୭ ନମ୍ବର ବୁଥ, ଏବଂ କେ ବାଲିପାଳ ପଞ୍ଚାୟତର ୧ ଓ ୨ନମ୍ବର ବୁଥରେ ଏପରି ହେବା ଆଶଙ୍କା କରିଛନ୍ତି । ଏହି ସବୁ ପଞ୍ଚୟତର ୫ଟି ବୁଥ ଆଗରୁ ବହୁବାର ରାଜ୍ୟ ବାହାରର ଗୁଣ୍ଡା, ଓ ବାହାରର କିଛି ଭଡାଟିଆ ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ପୁର୍ବରୁ ରେଗିଗିଂ ହୋଇଥିବାର ନଜିର ମଧ୍ୟ ରହିଛି । ଏଣୁ ଏଥର ମଧ୍ୟ ଏହି ବୁଥକୁ ଜବରଦଖଲ କରିବାର ଆଶଙ୍କା ଅଛି ବୋଲି ବିଜେପି ପ୍ରାର୍ଥୀ ବିବେକାନନ୍ଦ ରାଉତ, ସରପଞ୍ଚ ପ୍ରାର୍ଥୀ ଟିକି କିସ୍କୁ, ସମିତିସଭ୍ୟା ପ୍ରାର୍ଥୀ ସବିତା କିସ୍କୁ ପ୍ରମୁଖ ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ବିଡିଓଙ୍କୁ ଅଭିଯୋଗ କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ