ମାତୃ ପିତୃ ପୂଜନ ଉତ୍ସବ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପାଶ୍ଚାତ୍ୟ ସଂସ୍କୃତି ଅନୁପ୍ରାଣିତ ଯୁବ ସମାଜ ଏବେ ଭାଲେଣ୍ଟାଇନ ଡେ କୁ ବିଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଫେବ୍ରୁଆରୀ ୧୪ତାରିଖକୁ ମାତୃ ପିତୃ ପୂଜନ ଉତ୍ସବ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକର ଶାରଦା ବିଦ୍ୟାମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମାତୃ ପିତୃ ପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା ଓ ଶିକ୍ଷାବିତ ପବନ କୁମାର ନାୟକ ଯୋଗଦେଇ ଭାରତୀୟ ସଂସ୍କୃତି ପରିପନ୍ଥୀ ମାତୃପିତୃ ପୂଜନ ଉତ୍ସବ ମାହାତ୍ମ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ମାତା ପିତା ଯୋଗ ଦେଇଥିବା ବେଳେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ପୁଷ୍ପ, ଚନ୍ଦନ, ଫୁଲ ହାର ଦେଇ ସେମାନଙ୍କୁ ପୂଜାର୍ଚ୍ଚନା କରିଥିଲେ। ଉତ୍ସବ ଶେଷରେ ଅଭିଭାବକ ପ୍ରଫୁଲ୍ଲ ପଣ୍ଡା, ପ୍ରେମାନନ୍ଦ ନାୟକ, ଅବସରପ୍ରାପ୍ତ ଶିକ୍ଷକ ବାଇଧର ସାମଲ, ମନକଳ୍ପିତା ରାଉତ ପ୍ରମୁଖ ଭାଲେଣ୍ଟାଇନ ଡେ ପରିବର୍ତ୍ତେ ଯୁବପିଢୀ ମାତୃପିତୃ ପୂଜନ ଉତ୍ସବ ପାଳନ କରିବାକୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ସୁଜାତା ପାଢ଼ୀ, କୁଞ୍ଜଲତା ସେନାପତି, ପ୍ରଜ୍ଞା ପରମିତା ବେହେରା, ଅର୍ପିତା ନାୟକ, ଚିତ୍ତରଞ୍ଜନ ନାୟକ, ଦିଲ୍ଲୀପ ଜେନା, କେଶବ ଚନ୍ଦ୍ର ସେଠୀ, ସୁଶାନ୍ତ ପଣ୍ଡା, ଅନୁସୟା ସାହୁ, ପ୍ରତିଭା ନାୟକ, ପ୍ରଭାତୀ ବାହାଳିଆ, ଅନିତା ବେହେରା, କବିତା ତ୍ରିପାଠୀ, ଅଜୟ ରାଉତ, ନିତ୍ୟାନନ୍ଦ ସେନାପତି, ଲାବଣ୍ୟବତୀ ସାହୁ, ମାଳତୀ ବାରିକ, ଶାନ୍ତିଲତା ସାହୁ ପ୍ରମୁଖ ପରିଚାଳନା କରିଥିଲେ। ବରିଷ୍ଠ ଆଚାର୍ଯ୍ୟ ସୁଶାନ୍ତ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


