ଦୁର୍ଘଟଣାରେ ଯୁବକ ମୃତ୍ୟୁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଝୁଟୁଣା ଠାରେ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଗ୍ରାମର ସୁରେନ୍ଦ୍ର ରାଉତଙ୍କ ମଝିଆ ପୁଅ ଧନେଶ୍ୱର(୪୮) ଗତ ରବିବାର ରାତି ପ୍ରାୟ ୯.୩୦ମିନିଟ ସମୟରେ ଏକ ମୋଟରସାଇକେଲ ସହ ମୁସଲିମ ସାହି ଠାରେ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସୁଦ୍ଧା ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିବା ବେଳେ ୬୩/୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ