ମାତୃପିତୃ ପୂଜନ ଉତ୍ସବ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପେବ୍ରୁଆରୀ୧୪ ତାରିଖ ଦିନ ପୃଥିବୀର ବିଭିନ୍ନ ସ୍ଥାନରେ ଭାଲେଣ୍ଟାଇନ ଡେ ପାଳନ ହେଉଥିବା ବେଳେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଏହାକୁ ବିରୋଧ କରି ମାତୃପିତୃ ପୂଜନ ଉତ୍ସବ ଆୟୋଜନ ହୋଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ଶାରଦା ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ନିର୍ମଳ ସେନାପତିଙ୍କ ସଂଯୋଜନାରେ ମାତୃପିତୃ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଫକୀର ଚରଣ ଧଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଅନ୍ୟତମ ଅତିଥି ଭାବେ ଶିକ୍ଷାବିତ ପବନ କୁମାର ନାୟକ, ଖବରଦାତା ଦୁର୍ଯ୍ୟୋଧନ ଲେଙ୍କା ଓ ସାମ୍ବାଦିକ ବିକାଶ କୁମାର ବେହେରା ଯୋଗଦେଇ ଭାଲେଣ୍ଟାଇନ ଡେ ଏକ କୁତ୍ସିତ ଚିନ୍ତାଧାରା ବୋଲି ଅଭିବ୍ୟକ୍ତି କରିଥିବା ବେଳେ ମାତୃପିତୃ ପୂଜନ ଉତ୍ସବ ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ କରିବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ଗ୍ରାମ ଆଖପାଖ ଅଞ୍ଚଳର ଅନେକ ମାତାପିତା ଯୋଗଦେଇଥିବା ବେଳେ ସେମାନଙ୍କୁ ସନ୍ତାନ ମାନେ ପୁଷ୍ପ, ଧୂପ, ଦୀପ ଓ ନୈବିଦ୍ୟରେ ପୂଜାର୍ଚ୍ଚନା କରିଥିଲେ । କାର୍ଯ୍ୟକ୍ରମକୁ ସସ୍ମିତା ମହାନ୍ତି, ସବିତା ରାଉତ, ଦମୟନ୍ତି ଦାସ, ପ୍ରଭାତୀ ବାହାଲିଆ, ଦମୟନ୍ତି ବେହେରା, ସନ୍ତୋଷ କୁମାର ପ୍ରଧାନ, ଜ୍ୟୋତିରାଣୀ ରାଉତ ପ୍ରମୁଖ ପରିଚାଳନ କରିଥିଲେ ।