ଏକାଦଶ ସ୍ୱନକ୍ଷତ୍ର ଉତ୍ସବ ଓ ମହାବିର୍ତକ ଆୟୋଜିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ସ୍ଥାନୀୟ ପି.ସି.ଏମ୍ .କଲ୍ୟାଣ ମଣ୍ଡପ ପରିସରରେ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମାପକ୍ଷରୁ ଏକାଦଶ ସ୍ୱନକ୍ଷତ୍ର ଉତ୍ସବ ଓ ମହାବିର୍ତକ ଅନୁଷ୍ଠିତ ହୋଇଯାଇଛି । ପରିକ୍ରମା ର ଆବାହକ ବରିଷ୍ଠ ସାମ୍ବାଦିକ ମନୋଜ ଦାସ ପରିକ୍ରମାର ଆଭିମୁଖ୍ୟ ଉପସ୍ଥାପନା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଆଲୋଚନା ଚକ୍ରର ଶୁଭାରମ୍ଭ କରିଥିଲେ । ପରିକ୍ରମା ର ସଂଯୋଜକ ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ , ସମ୍ମାନୀତ ଅତିଥି ଭାବେ ‘ଭଞ୍ଜସେନା’ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ବିଶିଷ୍ଟ ସମାଜସେବୀ ମନୁ ଚୌଧୁରୀ, ବିଶିଷ୍ଟ ଉଦ୍ୟୋଗ ପତି ଜଗଦିଶ ମିଶ୍ରା ଏବଂ ପରିକ୍ରମା ର ଉପଦେଷ୍ଟା ସୁବାସ ମଣ୍ଡଳ,ପ୍ରକାଶ ପାତ୍ର,ରାହୁଲ ଯାଦବ ପ୍ରମୁଖ ଯୋଗଦେଇ ଥିଲେ ।ଅତିଥି ଓ ବକ୍ତା ମାନେ ମହା ବିର୍ତକ ର ବିଷୟ ମୟୂରଭଞ୍ଜର ରେଳ ବିକାଶ ରାଜନୈତିକ ଇଛାଶକ୍ତି ବାଧକ କି? ରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଅବସରରେ ଡ.ନୀଳକଣ୍ଠ ମିଶ୍ର ଙ୍କୁ “ଜୀବନ ବ୍ୟାପି ସାରସ୍ବତ ସାଧନ ସମ୍ମାନ ” ପ୍ରଦାନ କରାଯିବା ସହ, ଉଜ୍ଜଳ ବସା, ସଞ୍ଜୟ ଅଗ୍ରୱାଲ୍, ନୀଳମଣି ସାହୁ, କଳିଙ୍ଗ କେଶରୀ ଜେନା, ମନୋଜ କୁମାର ସାହୁ, ସେକ୍ ନୌସାଦ ଅଲ୍ଲି, ସମରା ମାର୍ଣ୍ଣି, ସୁରଜିତ କୁମାର ଜେନା, ଗତିକୃଷ୍ଣ ମହାନ୍ତ, ବିଜୟ କୁମାର ରାମ୍,ବିକାଶ ଚନ୍ଦ୍ର ମହାନ୍ତ, ନେତାଜୀ ରଥ, ରାଜକପୁର ମହାନ୍ତଙ୍କୁ “ପରିକ୍ରମା ଉତ୍କର୍ଷ ସମ୍ମାନ-୨୦୨୧ “ପ୍ରଦାନ କରାଯାଇଥିଲା ଏବଂ ଡ. ସନ୍ତୋଷ କୁମାର ଦେହୁରୀ, ବିଜୟ କୁମାର ଖୁଣ୍ଟିଆ ଓ ଦ୍ୱାରିକାନାଥ ମହାନ୍ତଙ୍କୁ ଶିମିଳିପାଳ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ସମାଜସେବୀ ପାର୍ଥ ସାରଥୀ ଦ୍ବିବେଦୀ, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର, ମୟୁରଭଞ୍ଜ ଆଥଲେଟିକ ଆସୋସିଏସନ୍ କାଉନସିଲ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ସୌରଭ ପଟ୍ଟନାୟକଙ୍କୁ ପ୍ରିତି ଉପହାର ସହ ସମ୍ମାନୀତ କରାଯାଇଥିଲା । ଦିବସ ବ୍ୟାପି କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ଦାସ ଓ ଶିକ୍ଷାବିତ ଦିଲ୍ଲୀପ ମହାନ୍ତି ଙ୍କ ଉପସ୍ଥିତିରେ ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ ଓ କବି ତିମିରରଞ୍ଜନ ପଣ୍ଡାଙ୍କ ସଂଯୋଜନା ରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବୟତ୍ରୀ, ମମତା ପାତ୍ର, ପ୍ରମିଳା ସ୍ୱାଇଁ , ଦିପ୍ତୀରେଖା ମହାନ୍ତି, ତନ୍ମୟୀ ରଥ, କବି ଡ. ଦିଗମ୍ବର ଗିରି , ଅଶୋକ ଚକ୍ର ସାହୁ,ନୀଳମଣି ସାହୁ, ସୁବ୍ରତ ସାହୁ, ପ୍ରଦୀପ କୁମାର ଦାସ, ବିଜୟ କୁମାର ରାମ୍, ଗୋପାଳ କୃଷ୍ଣ ମହାନ୍ତି , ଜଗନ୍ନାଥ ବଳ, ଜି ଏସ୍ ରଜତ ଦୋଳେଇ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏକାଦଶ ସ୍ୱନକ୍ଷତ୍ର ଦିବସ ଅବସରରେ ପୂର୍ବରୁ ଆୟୋଜିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ୩୯ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ରାଇରଙ୍ଗପୁର ର “ସାଜ୍ ୱର ଆୱଜ୍ “ଅନୁଷ୍ଠାନ ସୁମଧୁର ସଙ୍ଗୀତ ପରିବେଷଣ ପୂର୍ବକ ଦର୍ଶକ ମାନଙ୍କର ମନମୋହି ନେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଖୁଦିରାମ ମହାନ୍ତି,ସୁଶୀଲ ମହାନ୍ତି, ଦୁଷ୍ମନ୍ତ ଦାସ,ରଞ୍ଜନ ବେହୁରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ବିଜୟ କୁମାର ରାମ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


