ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଠାରେ ୩ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ନିଶାକର ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଯଜ୍ଞରେ ୩ ପୁତ୍ର କୃଷ୍ଣ ଚନ୍ଦ୍ର ପଣ୍ଡା, ବିଷ୍ଣୁମୋହନ ପଣ୍ଡା, ଗୋପିନାଥ ପଣ୍ଡାଙ୍କ ମଧ୍ୟରୁ ମଧ୍ୟମ ପୁତ୍ର ଓ ତାଙ୍କ ପତ୍ନୀ ବାସନ୍ତୀଲତା ପଣ୍ଡା କଳସ ଆଣିଥିଲେ । ୩୮ତମ ଯଜ୍ଞତ୍ସବରେ ମାଧବାନନ୍ଦ ପାଣିଗ୍ରାହୀ, ଭଗବାନ ପତି, ବାବୁ ପଣ୍ଡା, ରାମ ଚନ୍ଦ୍ର ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପ୍ରଥମ ଦିବସରେ କାୟଶୁଦ୍ଧି ଚାନ୍ଦ୍ରାୟଣ, ସୂର୍ଯ୍ୟପୂଜା, ଅଙ୍କୁରାରୋପଣ, କଳସଯାତ୍ରା, ହୋମ, ଚଣ୍ଡି ହୋମ, ଗୀତାହୋମ ପରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଅଧ୍ୟାପକ ଭାବଗ୍ରାହୀ ପଣ୍ଡା, ହରିଶଙ୍କର ପଣ୍ଡା, ଶିବ ଶଙ୍କର ପଣ୍ଡା, ବିଜୟଲକ୍ଷ୍ମୀ ପଣ୍ଡା, ସୌଭାଗ୍ୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ