ବୁଲା ଷଣ୍ଢଙ୍କ ବେକରେ ଲଗାଗଲା ରେଡିୟମ୍ ବେଲ୍ଟ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଦୁର୍ଘଟଣାରୁ ରକ୍ଷା ପାଇବା ନେଇ ଏବେ ରାଜ୍ୟ ସରକାର ବୁଲା ଷଣ୍ଢ ମାନଙ୍କ ବେକରେ ରେଡିୟମ ବେଲ୍ଟ ଲଗାଇବାର ବ୍ୟବସ୍ଥା କରିଛନ୍ତି l ଏପରିପେକ୍ଷୀରେ ଭଦ୍ରକ ଜିଲା ବନ୍ତ ବ୍ଳକ ଓଡଙ୍ଗ ପଞ୍ଚାୟତରେ ଗତ ୩ ଦିନ ମଧ୍ୟରେ ୩୦ ବୁଲା ଷଣ୍ଢଙ୍କ ବେକରେ ଏହି ରେଡିୟମ ବେଲ୍ଟ ଲଗାଯାଇ ସାରିଛି l ଓଡଙ୍ଗ ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ ଓ ମୈତ୍ରୀ ଆକାଶ କୁମାର ଜେନା ଉକ୍ତ ପଞ୍ଚାୟତର ବୁଲା ଷଣ୍ଢ ମାନଙ୍କ ବେକରେ ଏହି ରେଡିୟମ ବେଲ୍ଟ ଲଗାଉଥିବା ଜଣାଯାଇଛି l ଏହି ରେଡିୟମ ବେଲ୍ଟ ଲଗାଯିବା ଫଳରେ ରାତିରେ ରାସ୍ତା ଉପରେ ବୁଲା ଷଣ୍ଢ ମାନେ ଦୁର୍ଘଟଣାରୁ ରକ୍ଷା ପାଇବା ସହ ଗାଡି ଚାଳକ ମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇ ପାରିବେ ବୋଲି ଆଶାବ୍ୟକ୍ତ କରାଯାଇଛି l


