୧୪ ନମ୍ବର ଜୋନରେ ଜିଲ୍ଲାପରିଷଦ ସଭ୍ୟଙ୍କ ମାରଥାନ ପ୍ରଚାର
ଗଂଜାମ, (ବିନୋଦ ପଲାଇ) :- ଗଂଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ଜିଲ୍ଲାପରିଷଦ ପାର୍ଥି ସସ୍ମିତା ସ୍ୱାଇଁ ଆଜି ମାରଥାନ ପ୍ରଚାର କରିଛନ୍ତି । ଏହି ପ୍ରଚାରରେ ରମ୍ଭା ଏନଏସିର ମହିଳା ସଭାପତି ସୋନିଆ ଦେବୀ ପ୍ରଚାରରେ ସାମିଲ ହୋଇଥିଲେ । ଆଜି ଏହି ଜୋନର ମଲାଡ଼, ଯୁଡିଏସପୁର, ସନ୍ତୋଷପୁର, ପୋଇରାଶି , ଖଣ୍ଡିଦେଉଳି ପଞ୍ଚାୟତରେ ରୋଡସୋ କରି ବିଜେଡି ବିଜୟ କରିବାକୁ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଯୁବ ସଭାପତି ଅନ୍ତର୍ଯ୍ୟାମି ବେହେରା, ସରପଞ୍ଚ ନିରଞ୍ଜନ ରେଡ୍ଡୀ, ନିର୍ଦ୍ୱନ୍ଦ ସରପଞ୍ଚ କବିତା ସାହୁ, ସମିତି ସଭ୍ୟ କବିତା ରେଡ୍ଡୀ, ସମିତି ସଭ୍ୟ କୈଳାସ ସ୍ୱାଇଁ, ଯୁବ ନେତା ଉମା ଜେନା, ସରପଞ୍ଚ ପ୍ରଭାତ ସେଠୀ, ଛାତ୍ର ଜିଲ୍ଲା ଉପସଭାପତି ଲିଙ୍ଗରାଜ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।


