ପ୍ରଚାର ମୈଦାନରେ କଂଗ୍ରେସ ନେତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୬ନମ୍ବର ଜିଲ୍ଲା ପରିଷଦ ଜୋନରେ ଆସନ୍ତା ୨୨ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଜୋନରେ ପ୍ରମୁଖ ୩ଟି ଦଳ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଛି । ଏହି ୩ଟି ଦଳ ନିଜ ନିଜର ଲକ୍ଷ ଓ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା ଦଳର ମଙ୍ଗ ଧରିଛନ୍ତି । ଏହି ନିର୍ବାଚନ ପରିପ୍ରେକ୍ଷୀରେ ଶୁକ୍ରବାର ଏକ ବିରାଟ ରାଲିରେ ୬ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସଶ୍ମୀତା ପଣ୍ଡାଙ୍କ ସହ ବରିଷ୍ଠ ନେତା ଶ୍ରୀ ବେହେରା, ପୂର୍ବତନ ପୈାରପାଳ ମହମ୍ମଦ ଆକବର ଅଲ୍ଲୀ, ଅମୀୟ ପାଣ୍ଡବ ପ୍ରମୁଖ ଯୋଗଦେଇ ଦଳର ପ୍ରାର୍ଥୀନୀଙ୍କୁ ହାତ ଚିହ୍ନରେ ଭୋଟଦେଇ କଂଗ୍ରେସର ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ । ଶାସକ ଦଳକୁ ଟାର୍ଗେଟ କରିବା ସହ ବିଜେଡି ଓ ବିଜେପି ସାଧାରଣ ଜନତାଙ୍କୁ ପ୍ରତାରିତ କରିଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ବେହେରା ତାଙ୍କ ପ୍ରତିକ୍ରୀୟାରେ ସ୍ପଷ୍ଟ କରିଥିଲେ । ଏହି ର୍ୟାଲି ସମଗ୍ର ଜୋନରେ ପରିକ୍ରମା କରିବା ସହ ଗାଁ ଗାଁ ଓ ହାଟ ବଜାରରେ ପ୍ରଚାର ଅଭିଯାନ ଚଳାଇଥିଲା । ଏହି କାର୍ଯ୍ୟକ୍ରମରେ ଶହ ଶହ ଦଳୀୟ କର୍ମୀ ଯୋଗଦେଇ କଂଗ୍ରେସକୁ ହାତ ଚିହ୍ନରେ ଭୋଟ ଦେଇ ଏକ ମଜଭୁତ ଗଣତନ୍ତ୍ରର ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ ଦେଇଛି ଜାତୀୟ କଂଗ୍ରେସ ।


