ଭୋଟ ବାକ୍ସ ରେ ପ୍ରାର୍ଥୀ ଙ୍କ ଭାଗ୍ୟ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ୨୬ ଟି ପଞ୍ଚାୟତ ରେ ଶାନ୍ତି ଶୃଙ୍ଖଳାରେ ମତଦାନ ହୋଇଥିବା ଜଣାପଡିଛି ।ମୋଟ ୧.୩୭.୨୩୯ ଭୋଟର ଙ୍କ ମଧ୍ୟରୁ ପୁରୁଷ ପୁରୁଷ ୪୫,୭୮୨ ଓ ମହିଳା ୪୭,୪୬୬ ଙ୍କୁ ମିଶାଇମୋଟ ୯୩,୨୪୮ ଭୋଟର୍ ମତଦାନ କରିଛନ୍ତି l ୨୬ ଟି ପଞ୍ଚାୟତ ରେ ୩୬୭ ଟି ପୋଲିଂ ବୁଥ ରହିଥିବା ବେଳେ ୧୪୬୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ବ୍ଲକ ତହସିଲ ର ସମସ୍ତ କର୍ମଚାରୀ ମାନେ ନିୟୋଜିତ ରହିଥିଲେ । ଦୁଇଟି ଗୋଲାପୀ ବୁଥ ରହିଛି । ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି କିର୍ତିଭାସନ୍ ଗୋଲାପୀ ବୁଥ ପରିଦର୍ଶନ କରିବା ସହ ବିଭିନ୍ନ ପଞ୍ଚାୟତ ବୁଲି ସମ୍ବେଦନଶୀଳ ବୁଥ ପରିଦର୍ଶନ କରିଥିଲେ। ସମ୍ବେଦନଶୀଳ ବୁଥ ୩୭ ଟି ରହିଥିବା ବେଳେ ୧୭ ଟି ଅତି ସମ୍ବେଦନଶୀଳ ଯୋଗୁଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।।ଯାହାକି ପ୍ରତିଶତ ମତଦାନ ରହିଛି l ୪ ଟି ଜୋନ୍ ରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏବଂ ସମିତିସଭ୍ୟ ସରପଞ୍ଚ ୱାର୍ଡ ମେମ୍ବର ୭୭୪ ଜଣ ରହିଯାଇଥିବା ବେଳେ ସ୍ଵାଧୀନ ରେ ଦୁଇ ଜଣ ରହିଛନ୍ତି l ନିର୍ବାଚନ ରେ ମତଦାନ ଭୋଟର ସଂଖ୍ୟା ବେଶି ମାତ୍ରା ରେ ନାମ ବାଦ ପଡ଼ିଛି ।ନିଜ ୱାର୍ଡ ରୁ ଅନ୍ୟ ୱାର୍ଡ ଏବଂ ନିଜ ଗ୍ରାମ ରୁ ଅନ୍ୟ ଗ୍ରାମରେ ନାମ ରହିଥିବା କୁନେଇ ନେତା ଓ ଭୋଟର ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା l ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଭୋଟ ବାକ୍ସ ଗୁଡ଼ିକୁ ସିଲ୍ ପୁର୍ବରୁ ପ୍ରାର୍ଥୀ ମାନେ ଯାଞ୍ଚ କରିଥିଲେ l ଭୋଟ ବକ୍ସ ଗୁଡିକୁ ପାଟପୁର ବିଶ୍ବାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ଷ୍ଟଙ୍ଗରୁମ୍ ରେରଖାଯାଇଥିବା ଜଣାପଡ଼ିଛି।ମାଜିଷ୍ଟେଷ୍ଟ ଭାବେ ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା, , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପାତ୍ର, ଆସିକା ଏସ ଡି ପି ଓ ଉମା ଶଙ୍କର ସିଂ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏବଂ ୧୨ ଟି ମୋବାଇଲ୍ ଟିମ୍ ୭ ଜଣ ଇନିସ୍ପେ ଟର ମୁତୟନ ହୋଇଥିଲେ । ଏନେଇ ସାନଖେମୁଣ୍ଡି ନିର୍ବାଚନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ କହିଛନ୍ତି ନିର୍ବାଚନ କୁ ଅବାଧ ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ସୂଚନା ଦେଇଛନ୍ତି ।


