ବିଜେଡି ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀଙ୍କ ଭୋଟଭିକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ସଦର ବ୍ଲକ ଅଞ୍ଚଳରେ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ୨୮ ନଂ ଜିଲ୍ଲା ପରିଷଦ ଜୋନର ବିଭିନ୍ନ ପଞ୍ଚାୟତରେ ପ୍ରଚାରର ମଙ୍ଗ ଧରି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦିନତମାମ ରାଇସୁଆଁ, ରୂପସା ଏବଂ ଆଙ୍କ ପଞ୍ଚାୟତରେ ଅନୁଷ୍ଠିତ ଏକାଧିକ ନିର୍ବାଚନୀ ସଭାରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏବଂ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗଦେଇ ଦଳୀୟ ଜିଲା ପରିଷଦ ପ୍ରାର୍ଥୀ ସଞ୍ଜୟ ସେଠୀଙ୍କ ସମେତ ବିଜେଡି ସମଥିତ ସରପଞ୍ଚ , ସମିତି ସଭ୍ୟ ଏବଂ ସମସ୍ତ ୱାର୍ଡ଼ ମେମ୍ବର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ବଜାଇ ରଖିବା ପାଇଁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ସେମାନେ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲା ସାଧାରଣ ସମ୍ପାଦକ ବରଦା ପସନ୍ନ ପଟ୍ଟନାୟକ, ଟାଉନ ଯୁବ ବିଜଦ ସଭାପତି ଉମାଶଙ୍କର ତିଆଡ଼ି, ମନୋରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ଦେବବ୍ରତ ବିଶ୍ୱାଳ, ମଧୁସୂଦନ ସେନାପତି, ନିରଞ୍ଜନ ବେହେରା, ରାଜେଶ ବେହେରା, ଗୌରବ ରାଉତ ନଗେନ୍ଦ୍ର ବେହେରା, କମଳାକାନ୍ତ ଜେନା, ବାବିନା ପଟ୍ଟନାୟକ ପ୍ରମୁଖ ଏହି ପ୍ରଚାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ