ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କାଣ୍ଡରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ଥାନା ଅନ୍ତର୍ଗତ ଧକଟା ଗ୍ରାମର ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଆଜୀବନ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଅନାଦେୟ ୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ ଯେ ଧକଟା ଗ୍ରାମର ଅଭିଯୁକ୍ତ ଆସାମୀ ମଙ୍ଗଲ ମହାକୁଡ଼(୩୯)ପୂର୍ବ ଶତ୍ରୁତାକୁ ନେଇ ୪/୪/୨୦୧୮ ଦିନ ମହାତି ଗାଗରାୟ(୬୪)ଙ୍କୁ ତାଙ୍କ ଘର ସମ୍ମୁଖରେ ପରିବାର ସମ୍ମୁଖରେ ଠେଙ୍ଗାରେ ଆକ୍ରମଣ କରି ହତ୍ୟା କରିଥିଲା । ଏହାକୁ ନେଇ ମୃତକଙ୍କୁ ପରିବାର ତରଫରୁ ବାଦାମ ପାହାଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଥାନାରେ ଏହାକୁ ନେଇ ୧୫/୧୮ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ପୋଲିସ ତଦନ୍ତ, ପାରିପାର୍ଶ୍ବିକ ଅବସ୍ଥା ଏବଂ ୧୯ ଜଣ ସାକ୍ଷୀଙ୍କ ବୟାନ ନେଇ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଓ ୨୦,୦୦୦ ଟଙ୍କା ସହ ଅନାଦେୟ ୨ବର୍ଷ କାରାଦଣ୍ଡରେ ରାୟ ଶୁଣାଣି କରିଛନ୍ତି ।


