କୁତରଙ୍ଗ ଗ୍ରାମ ପଞ୍ଚାୟତ : ମାଛ ଠାରୁ ବହି ଓ ସୂର୍ଯ୍ୟ ବହୁ ପଛରେ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କୁତରଙ୍ଗ ପଞ୍ଚାୟତରେ ସରପଞ୍ଚ ପଦବୀରେ ମାଛ ଚିହ୍ନରେ ଛିଡା ହୋଇଥିବା ବର୍ତ୍ତମାନର ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକଙ୍କ ସ୍ୱାମୀ ଯୁବନେତା ନରୋତ୍ତମ ମଲ୍ଲିକ ବହୁ ଆଗରେ ରହିଛନ୍ତି । କାରଣ ତାଙ୍କ ପତ୍ନୀ ଶ୍ରୀମତୀ ସୀତାସୁନ୍ଦରୀ ମଲ୍ଲିକ ଏହି ପଞ୍ଚାୟତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି । ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନରୋତ୍ତମ ସରପଞ୍ଚପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ପ୍ରତି ପ୍ରତି ୱାର୍ଡରେ ଲୋକେ ଆଦର କରୁଛନ୍ତି । କାରଣ ତାଙ୍କ ନମ୍ର ଓ ଭଦ୍ର ସ୍ୱଭାବ ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବରିଷ୍ଠ ନାଗରିକଙ୍କୁ ବେଶ ଆକୃଷ୍ଟ କରିଛି । ଲୋକେ କହିଛନ୍ତି ସେମାନେ ୨୦୧୭ରେ ସୀତାସୁନ୍ଦରୀ ମଲ୍ଲିକଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜୟଯୁକ୍ତ କରାଇଥିଲେ । ଶ୍ରୀମତୀ ସୀତା ସୁନ୍ଦରୀ ନିର୍ବାଚନ ପୂର୍ବରୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଗତ ୫ ବର୍ଷ ମଧ୍ୟରେ ପୂରଣ କରିଛନ୍ତି । ତେଣୁ ଚଳିତ ନିର୍ବାଚନରେ ତାଙ୍କ ସ୍ୱାମୀ ଯୁବନେତା ନରୋତ୍ତମ ମଲ୍ଲିକଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ଲୋକେ ଖୋଲାଖୋଲି କହୁଛନ୍ତି । ହେଲେ ଲୋକଙ୍କର ନରୋତ୍ତମ ଓ ସୀତା ସୁନ୍ଦରୀଙ୍କ ପ୍ରତି ଥିବା ଭଲ ପାଇବା, ସ୍ନେହ, ଶ୍ରଦ୍ଧାରେ ସୂର୍ଯ୍ୟ ଓ ବହି ଚିହ୍ନରେ ଛିଡା ହୋଇଥିବା ପ୍ରାର୍ଥୀମାନେ ଧରାଶାୟୀ ହୋଇ ଗଲେଣି । କାରଣ ନରୋତ୍ତମଙ୍କ ରାଲିରେ ଶହ ଶହ ଯୁବକ ଯାଉଥିବା ବେଳେ ଏହି ଦୁଇ ପ୍ରାର୍ଥୀଙ୍କ ରାଲିରେ ହାତଗଣତି କେତୋଟି ଲୋକ ଯାଉଛନ୍ତି । ଏହି ଅବସରରେ ନରୋତ୍ତମ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ନବୀନ ବାକୁଙ୍କ ବିକାଶ ଧାରାରେ ମୋ ପତ୍ନୀ ସାମିଲ ହୋଇ ଗତ ପାଞ୍ଚ ବର୍ଷ ଜନତାଙ୍କ ସେବା କରିବାର ସୁଯୋଗ ପାଇଥିଲେ । ତେଣୁ ଆମେ ସ୍ୱାମୀ ସ୍ତ୍ରୀ ଜନତା ତଥା କୁତରଙ୍ଗ ଗ୍ରାମ ପଞ୍ଚାୟତ ବାସୀଙ୍କ ନିକଟରେ କୃତଜ୍ଞ । ପୁଣି ଆଗାମୀ ୫ ବର୍ଷ ପାଇଁ କୁତରଙ୍ଗ ଗ୍ରାମପଞ୍ଚାୟତର ବାସିନ୍ଦା ମୋତେ ସୁଯୋଗ ଦେବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଓ ଭରଷା ରହିଛି । ବିରୋଧୀମାନେ ଏହି ପଞ୍ଚାୟତରେ ଧରାଶାୟୀ ହେବେ ବୋଲି ଲୋକେ କହିଛନ୍ତି । ତାଙ୍କ ସ୍ତ୍ରୀ ବିଜୁ ଜନତା ଦଳର ମହିଳା ଉପସଭାନେତ୍ରୀ ଭାବେ ଅବସ୍ଥାପିତ ହୋଇ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିିଛନ୍ତି । ତେଣୁକରି ବିଜୁ ଜନତା ଦଳର ସାଙ୍ଗଠନିକ କାର୍ଯ୍ୟପାଇଁ ସେ ଦଳ ପାଇଁ ସବୁ କ୍ଷେତ୍ରରେ ନିଜକୁ ସାମିଲ କରି କେନ୍ଦ୍ରାପଡ଼ାରେ ଏକ ଚର୍ଚ୍ଚିତ ଚେହେରା ଭାବେ ନାମ କମାଇ ପାରିଛନ୍ତି । ଏହା ତାଙ୍କ ସ୍ୱାମୀଙ୍କୁ ଜିତାଇବାରେ ସହାୟକ ହେବ ବୋଲି ବୁଦ୍ଧୀଜୀବୀ, ଶିକ୍ଷାବିତ, ଯୁବ ଗୋଷ୍ଠୀ, ମହିଳାମାନେ ମତବ୍ୟକ୍ତ କରିଛନ୍ତି ।